www.samajalive.in
Saturday, December 6, 2025
26.1 C
Bhubaneswar

ଓଏଏଲପି-୫ରେ ପୁରସ୍କୃତ ୧୧ ବ୍ଲକ ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଚୁକ୍ତିସ୍ୱାକ୍ଷର

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓପନ୍ ଏକରେଜ୍ ଲାଇସେନ୍ସି ପଲିସି(ଓଏଏଲପି)ର ପଞ୍ଚମ ବିଡ଼୍ ରାଉଣ୍ଡ ଅଧୀନରେ ପୁରସ୍କାର ପ୍ରାପ୍ତ ୧୧ଟି ତୈଳ ଏବଂ ଗ୍ୟାସ ବ୍ଲକ ପାଇଁ ଚୁକ୍ତିସ୍ୱାକ୍ଷର କରିଛି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନ୍ୱେଷଣ ଏବଂ ଉତ୍ପାଦନ(ଇ ଏବଂ ପି) ସେକ୍ଟରରେ ଭାରତ ସରକାରଙ୍କ କ୍ରମାଗତ ବଜାର ସହଯୋଗୀ ସଂସ୍କାର ଫଳରେ ଇଜ୍ ଅଫ୍ ଡୁଇଙ୍ଗ ବିଜନେସକୁ ପ୍ରୋତ୍ସାହନ ମିଳିଛି ଏବଂ ଭାରତକୁ ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର କରିଛି। ଆଗାମୀ ଦିନରେ ଟେକ୍ନୋଲୋଜି ଏବଂ
ଅନ୍ୟାନ୍ୟ ଉପାୟରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ତଥା ଦେଶର ଆମଦାନୀ ନିର୍ଭରତାକୁ ହ୍ରାସ କରିବା ନେଇ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପ୍ରଧାନ।

 

- Advertisement -

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଏଓଲପିର ପଞ୍ଚମ ରାଉଣ୍ଡ ଅଧୀନରେ ବିଗତ ବର୍ଷ ମାନଙ୍କରେ ବ୍ଲକ ପୁରସ୍କୁତହେବା ନୂଆ ଅନ୍ୱେଷଣ ଲାଇସେନ୍ସିଂ ପଲିସି(ଏନଇଏଲପି) ଦିଗରେ ବୃହତ ପଦକ୍ଷେପ। ଏହି ଅବସରରେ ଶ୍ରୀ ପ୍ରଧାନ ଇ ଏବଂ ପି ବ୍ଲକର ବିଡିଂ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଇଣ୍ଡିଆନ ଅଏଲ ଏବଂ ଓଏନଜିସିକୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଦ୍ୱାରା ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଅନ୍ୱେଷଣ ପ୍ରକ୍ରିୟା ଏବଂ ଉତ୍ପାଦନରେ ଦ୍ରୁତ ବୃଦ୍ଧି ହେବ। ଓଏଏଲପିରେ ଏନଇଏଲପିର ସମସ୍ତ ନିୟମାବଳିକୁ ପାଳନ କରାଯାଇଛି। ପୂର୍ବରୁ ଅନ୍ୱେଷଣ ଏକ୍ରେଜରେ ୮୦,୦୦୦ ବର୍ଗ କିମି ପରିମିତ କ୍ଷେତ୍ରରେ ଉପଲବ୍ଧ ଥିବାବେଳେ ବର୍ତ୍ତମାନ ଓଏଏଲପି ପଞ୍ଚମ ରାଉଣ୍ଡରେ ପୁରସ୍କୃତ ବ୍ଲକ ଦ୍ୱାରା ଏହା ପାଖାପାଖି ବଢି ୨ ଲକ୍ଷ ୩୭ ହଜାର ବର୍ଗ କିମି ଉପଲବ୍ଧ ହୋଇଛି ବୋଲି ସେ କହିଛନ୍ତି। ଉଲ୍ଲେଖନୀୟ ଯେ, ଚଳିତବର୍ଷ ଜାନୁଆରୀ ୧୪ ତାରିଖରେ ଏହି ରାଉଣ୍ଡର ଶୁଭାରମ୍ଭ ହୋଇଥିଲା ଏବଂ କୋଭିଡ୍ ମହାମାରୀ ସତ୍ତ୍ବେ ବିଡ଼ିଂ ସଫଳତାର ସହ ଜୁନ ୩୦ରେ ସମାପ୍ତ ହୋଇଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories