www.samajalive.in
Friday, December 12, 2025
16.1 C
Bhubaneswar

ବାମୁଣିଗାଁରେ ପୁଲିସ ଉପରେ ଢେଲା ମାଡଘଟଣା, ୫ ଜଣଙ୍କୁ ଗିରଫ କଲା କୋଷାଗୁମୁଡା ଥାନା ପୁଲିସ

ନବରଙ୍ଗପୁର : କୋଷାଗୁମୁଡା ବ୍ଳକ ଅନ୍ତର୍ଗତ ବାମୁଣିଗାଁରେ ମକା ପ୍ରସେସିଂ ୟୁନିଟ ନିର୍ମାଣଧିନ ପ୍ରକଳ୍ପକୁ ବିରୋଧ କରି ପ୍ରଶାସନିକ ଅଧିକାରୀ ଓ ପୁଲିସ ଉପରେ ଢେଲାପଥର ମାଡ ଘଟଣାରେ କୋଷାଗୁମୁଡା ଥାନା ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାମୁଣି ଗାଁ ମୌଜାରେ ୧୬୦ ଏକର ଜମି ଇଡକୋ ଅଧିଗ୍ରହଣ କରିବା ପରେ ସେଥିରୁ ୫୨ ଏକ ଜମି ବିଜୟନଗରର ବାୟୋଟେକ୍‍ ପ୍ରାଇଭେଟ ଲିମିଟେଡକୁ ପ୍ରଦାନ କରାଯାଇଛି। ସେଠାରେ ମକା ପ୍ରସେସିଂ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଚାଲିିଛି। ଗତ ୧୨ ତାରିଖ ଦିନ ବାମୁଣି ଗାଁର ଶତାଧିକ ପୁରୁଷ ଓ ମହିଳା ନିର୍ମାଣଧିନ ପ୍ରକଳ୍ପକୁ ବିରୋଧ କରିଥିଲେ। ସପକ୍ଷବାଦୀ ପ୍ରକଳ୍ପ ନିର୍ମାଣ ହେଲେ ନିଯୁକ୍ତି ସୁଯୋଗ ସହ ଶିକ୍ଷା ସ୍ୱାସ୍ଥ୍ୟ ଓ ରାସ୍ତା ଘାଟର ବିକାଶ ହୋଇ ପାରିବ ବୋଲି କହିଥିଲେ। ଜିଦରେ ଅଟଳ ରହି ବିପକ୍ଷ ବାଦୀ ଏହି ସ୍ଥାନ ଛାଡିନଥିଲେ। ଶେଷରେ ପୁଲିସ ଓ ପ୍ରଶାସନ ପହଁଞ୍ଚି ବୁଝାସୁଝା କରିବା ପରେ ମଧ୍ୟ ଉଠିନଥିଲେ। ପୁଲିସ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଥିଲେ। ପରେ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପରେ ଆନ୍ଦୋଳନକାରୀ ଢେଲାପଥର ମାଡ କରିଥିଲେ।

ଏହି ଘଟଣା ପରେ ପୋଲିସ ମୃଦୁ ଲାଠି ଚାଳନା କରିଥିଲା। ୧୦ ଜଣ ଆହତ ହୋଇଥିଲେ। ଅନ୍ୟପକ୍ଷରେ ପୁଲିସ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଆହତ ହୋଇଥିଲେ। ଏନେଇ କୋଡିଙ୍ଗା ତହସିଲଦାର ସହଦେବ କୁଟ୍ରୁକା କୋଷାଗୁମୁଡା ଥାନାରେ ଏତଲା ଦେଇଥିଲେ। ଥାନାରେ କେସ ନମ୍ବର ୧୩୯/୨୦ ଓ ନିର୍ମାଣଧିନ କାର୍ଯ୍ୟରୁ କିଛି ଯନ୍ତ୍ରାଂଶ ବାମୁଣି ଗାଁର କିଛି ଲୋକ ଚୋରୀ କରି ନେଇଥିବା ନେଇ ଅଭିଯୋଗ ହୋଇଥିଲା।

- Advertisement -

ଏନେଇ କେସ ନମ୍ବର ୧୪୦/୨୦ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି କୋଷାଗୁମୁଡା ପୁଲିସ ଆନ୍ଦୋଳନକାରୀ ଙ୍କର ନେତା ରାଜେଶ ଜାନୀଙ୍କସମେତ ପୂର୍ଣ୍ଣ ରନ୍ଧାରୀ, ସମାରୁ ନାୟକ, ଖଗପତି ଭତରା ଓ ଉଷା ବିଷୋୟୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ଅକ୍ଟୋବର ୨୦ ତାରିଖ ଦିନ ପ୍ରକଳ୍ପକୁ ବିରୋଧ କରି ବିପକ୍ଷବାଦୀ ଜିଲାପାଳଙ୍କୁ ଦାବୀପତ୍ର ଦେବାକୁ ଆସିଥିଲେ। କୋଭିଡ ସମୟରେ ପ୍ରଶାସନର ବିନା ଅନୁମତିରେ ଶୋଭାଯାତ୍ରା ଓ ଭିଡ କରାଇବା ନେଇ ରାଜେଶ ଜାନୀ ଓ ଅନ୍ୟ ୫ ଜଣଙ୍କୁ ନବରଙ୍ଗପୁର ଥାନା ପୁଲିସ ଅଟକ ରଖିଥିଲା। ଅଟକକୁ ଛାଡିବା ଦାବି କରି ବିପକ୍ଷ ବାଦୀ ନବରଙ୍ଗପୁର ଥାନା ଘେରାର ଓ ରାସ୍ତା ରୋକ କରିଥିଲେ। ଏହି ଘଟଣା ପରେ ନଭେମ୍ବର ୬ ତାରିଖରେ ସପକ୍ଷବାଦୀ ଏସପି ନିତିନ କୁଶଲକରଙ୍କୁ ଭେଟି ବାମୁଣିଗାଁରେ ପ୍ରକଳ୍ପ ନିର୍ମାଣ ହେଲେ ନିଯୁକ୍ତି ସୁଯୋଗ ସହ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ ରାସ୍ତା ଘାଟ ନିର୍ମାଣ ହୋଇ ପାରିବ ବୋଲି ଦାବୀ ପତ୍ର ଦେଇଥିଲେ। ତେବେ ବିପକ୍ଷବାଦୀ ଓ ସପକ୍ଷବାଦୀ ରହିଥିବାବେଳେ କାରଖାନା ନିର୍ମାଣ ର ଭବିଷ୍ୟତ କ’ଣ ହେବା ତାହା ଆଗାମୀ ଦିନରେ ଜଣାପଡିବ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories