www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରମିକଙ୍କ ପ୍ରାପ୍ୟନେଇ ଠିକାଦାର ଛୁ, କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲାପାଳଙ୍କୁ ଫେରାଦ ହେଲେ ଶ୍ରମିକ

ବାଙ୍କୀ(ଡମପଡ଼ା): ଶ୍ରମିକଙ୍କ ପ୍ରାପ୍ୟନେଇ ଠିକାଦାର ଛୁ ମାରିବା ଘଟଣା ଏବେ ବାଙ୍କୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବାଙ୍କୀର କିଛି ଯୁବକ ମହାରାଷ୍ଟ୍ରରେ ଯାଇ ଏକ ଘରୋଇ କମ୍ପାନୀରେ କାର୍ଯ୍ୟକରୁଥିବା ବେଳେ ସେମାନଙ୍କ ପ୍ରାପ୍ୟ ଦେବାରୁ ଠିକାଦାର ଅବହେଳା କରିବା ହେତୁ ବାଙ୍କୀ ଉପଜିଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ପଂଚାୟତରୁ ଏଭଳି ଘଟଣା ଶୁଣବାକୁ ମିଳୁଥିବା ବେଳେ ଆଜି ଡମପଡ଼ା ବ୍ଳକ ଗୋପାଳପୁର ଗ୍ରାମର ବାହାର ରାଜ୍ୟରେ କାମକରୁଥିବା କିଛି ଯୁବକ ଏପରି ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି । ସୂଚନା ଅନୁଯାୟୀ ଗୋପାଳପୁର ଗ୍ରାମର କିଛି ଯୁବକ କାର୍ଯ୍ୟ ଖୋଜୁଥିବା ସମୟରେ ବାଙ୍କୀ ଥାନା ଅଧିନ ଡାଙ୍ଗିପିଟା ଗ୍ରାମର ଜଣେ ବ୍ୟକ୍ତି ମହାରାଷ୍ଟ୍ରରେ ଏକ ଘରୋଇ ସଂସ୍ଥାନରେ ଦୈନିକ ୮ ଘଣ୍ଟା କର୍ମସଂସ୍ଥାନ ଯୋଗାଇଦେଇ ଖାଇବା ପିଇବା ସହିତ ମାସିକ ୧୨ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

- Advertisement -

ଫଳରେ ୨୦୧୯ ମସିହା ମେ ମାସ ୨ ତାରଖ ଦିନ କଣ୍ଟ୍ରାକ୍ଟରଙ୍କ ସହିତ ବାଙ୍କୀ ଅଞ୍ଚଳର କିଛି ଯୁବକ ମହାରାଷ୍ଟ୍ର ଯାଇ ଗୋଦାବରୀ ଡ୍ରଗ୍ସ ଲିମିଟେଡ୍ ନାମକ ଏକ କମ୍ପାନୀରେ ଯୋଗଦେଇଥିଲେ । ମାତ୍ର ସେଠାରେ ଅନ୍ୟ ଶ୍ରମିକମାନଙ୍କୁ ୮ ଘଣ୍ଟା କାର୍ଯ୍ୟରେ ନିୟୋଜିତ କରାଯାଉଥିବା ବେଳେ ବାଙ୍କୀ ଅଞ୍ଚଳର ଯୁବକମାନଙ୍କୁ ୧୨ଘଣ୍ଟା ଖଟାଯାଉଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ଜାନୁଆରୀ ମାସ ପର୍ଯ୍ୟନ୍ତ ସଂପୃକ୍ତ ଠିକାଦାର ଉପଯୁକ୍ତ ପ୍ରାପ୍ୟ ଯୋଗାଇଦେଇଥିବା ବେଳେ ଫେବୃୟାରୀ ମାସ ଠାରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଏବଂ ଅତିରିକ୍ତ ଶ୍ରମଦାନ ପାଇଁ ଯୋଗାଇ ଦିଆଯଉଥିବା ଅର୍ଥକୁ ସଂପୃକ୍ତ ଠିକାଦାର ଜଣକ ଆଜି ପର୍ଯ୍ୟନ୍ତ ପ୍ରାପ୍ୟ ଦେବାରେ ଅବହେଳା କରିଥିବା ବେଳେ ଶ୍ରମିକମାନଙ୍କ ସହିତ କୌଣସି ଯୋଗାଯୋଗରେ ରହିନାହାଁନ୍ତି ।

ଏ ସଂପର୍କରେ ଶ୍ରମିକମାନେ କମ୍ପାନୀର ଶ୍ରମିକ ପରିଚାଳକଙ୍କ ସହ ଯୋଗାଯୋଗ କରିବାରୁ ଠିକାଦାର ଜଣଙ୍କ ଅର୍ଥ ଉଠାଇ ନେଇ ଯାଇଥିବା ଜାଣିବାକୁ ପାଇଥିଲେ । ଫଳରେ ଆଜି ସିପୁନ୍ ସାହୁ, ଅଟଳବିହାରୀ ସାହୁ, ବ୍ରହ୍ମା ସାହୁ, ଆଶୁତୋଷ ବେହେରା, ସିପନ ସାମନ୍ତରାୟ, ସୋମନାଥ ସ୍ୱାଇଁ ପ୍ରମୁଖ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କୁ ଭେଟି ଅଭିଯୋଗ କରିବା ସହିତ ସେମାନଙ୍କ ପ୍ରାପ୍ୟ ଫେରିପାଇବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories