www.samajalive.in
Monday, December 8, 2025
27.1 C
Bhubaneswar

ସାମ୍ବାଦିକତା ହେଉଛି ମିଥ୍ୟା ଉପରେ ସତ୍ୟର ଜୟ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ପିପିଲି : ସ୍ୱାଧିନତା ଆନ୍ଦୋଳନରେ ଖବରକାଗଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ସାମ୍ବାଦିକତା ହେଉଛି ମିଥ୍ୟା ଉପରେ ସତ୍ୟର ଜୟ ଓ ନିର୍ଭିକ ଭାବେ ସତ୍ୟକୁ ଉପସ୍ଥାପନ କରିବାର କଳା ବୋଲି ପିପିଲି ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‍ ଦିବସ ସମାବେଶକୁ ଉଦ୍‍ଘାଟନ କରିବା ଅବସରରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ସମଗ୍ର ଦେଶରେ ସାମ୍ବାଦିକଙ୍କ ଉପରେ ଦିନକୁ ଦିନ ବଢି ଚାଲିଥିବା ଆକ୍ରମଣ ଘଟଣାକୁ ସେ ନିନ୍ଦା କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ଦାବିକୁ ସମର୍ଥନ କରିଛନ୍ତି।
ଉତ୍କଳମଣି ସାମ୍ବାଦିକ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ ଶ୍ରୀକ୍ରୀଷ୍ଣା ଗାର୍ଡେନ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‍ ଦିବସ ସମାବେଶ ଅବସରରେ ‘କରୋନା ଯୁଦ୍ଧରେ ଗଣମାଧ୍ୟମର ଭୂମିକା’ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀଦାଶ ଯୋଗଦେଇ ଗଣମାଧ୍ୟମ ଯେତେ ସ୍ୱାଧୀନ ହେବ ଗଣତନ୍ତ୍ର ସେତେ ସୁଦୃଢ ହେବ ବୋଲି ପ୍ରକାଶ କରିବା ସହ ନବୀନ ସରକାର ସର୍ବଦା ଗଣମାଧ୍ୟମକୁ ଅଧିକ ଗୁରୁତ୍ୱ ଦେଉଥିବା କହିଥିଲେ। ସମଗ୍ର ବିଶ୍ୱରେ କରୋନା ମହାମାରୀର ଭୟାବହତା ଲାଗି ରହିଥିବାବେଳେ ତାକୁ ସାମ୍ନା କରି ସାମ୍ବାଦିକମାନେ ଜନସାଧାରଣଙ୍କ ଜୀବନ ବଞ୍ଚାଇବାକୁ ସଚେତନ କରାଉଥିବା ସମ୍ପର୍କରେ ମନ୍ତ୍ରୀ ଆଲୋକପାତ କରିବା ସହ ସାମ୍ବାଦିକଙ୍କ କଲ୍ୟାଣ ଓ ସୁରକ୍ଷା ଉପରେ ନବୀନ ସରକାର ସର୍ବଦା ଗୁରୁତ୍ୱ ଦେଉଥିବା କହିଥିଲେ। ମୁଖ୍ୟବକ୍ତା ଭାବେ ସତ୍ୟବାଦୀର ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ କରୋନା ମହାମାରୀ ସମୟରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିବା ସହ ଗଣମାଧ୍ୟମ ବିନା ଗଣତନ୍ତ୍ର ସୁରକ୍ଷିତ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗଦେଇ ଜାତୀୟ ପ୍ରେସ୍ ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ସୂଚନା ଦେଇଥିଲେ। କେତେକ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ବିଲ୍‍ କାର୍ଯ୍ୟକାରୀ ହୋଇଥିବାବେଳେ ଓଡିଶାରେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ଦାବି ରଖିଥିଲେ। ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱର ଜିଲା ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ପିପିଲି ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଯୁବନେତା ଧରଣୀଧର ସାହୁ, ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଜିଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ସମାଜସେବୀ ସର୍ବେଶ୍ୱର ଭାରତୀ, ଇଂ ରମେଶ ଚନ୍ଦ୍ର ଶତପଥୀ, ଭଗବାନ ସେଠୀ,ଆଇନଜୀବୀ ସୁରେଶ କୁମାର ରଥ, ନାରୀନେତ୍ରୀ ଝୁନାମଣି ମଲ୍ଲିକ, ଶିକ୍ଷାବିତ୍‍ ଚରଣ ନାୟକ ପ୍ରମୁଖ ଯୋଗଦେଇ ନିର୍ଭିକ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିବା ସହ ସୁସ୍ଥ ସମାଜ ଗଠନରେ ଓ କରୋନା ମହାମାରୀ ସମୟରେ ସାମ୍ବାଦିକଙ୍କ ଭୁମିକା ସବୁଠାରୁ ଗୁରତ୍ୱପୁର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ସଂଘର ସାଧାରଣ ସଂପାଦକ ବିଜୟ କୁମାର ମହାପାତ୍ର ବିବରଣୀ ପାଠ କରିଥିବାବେଳେ ପିପିଲି ପ୍ରେସ୍‍ କ୍ଲବର ସଂପାଦକ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ଅତିଥି ପରିଚୟ ପ୍ରଦାନ ଓ ସାମ୍ବାଦିକ ହେମନ୍ତ କୁମାର ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀଦାଶ, ବିଧାୟକ ଶ୍ରୀସାମନ୍ତରାୟ, ଉତ୍କଳ ସାମ୍ବାଦିକ ସଂଘ ସଭାପତି ଶ୍ରୀକର, ସାମ୍ବାଦିକ ପ୍ରତାପ କୁମାର ପ୍ରଧାନ, ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ପ୍ରଫୁଲ୍ଲ ସ୍ୱାଇଁଙ୍କୁ ଉପଢୈାକନ ଓ ସ୍ମୃତି ଫଳକ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ମାନବାଧିକାର କର୍ମୀ ଶ୍ରୀଅଖଣ୍ଡ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପିପିଲି ମହୋତ୍ସବ କମିଟିର ଶଙ୍କର୍ଷଣ ପ୍ରଧାନ, ନୃସିଂହ ଚରଣ ସାହୁ, ବ୍ରଜକିଶୋର ପ୍ରଧାନ, ବ୍ରଜକିଶୋର ମହାପାତ୍ର, ଶ୍ରୀଧର ନାୟକ ପ୍ରମୁଖ ଏଥିରେ ସକ୍ରିୟ ସହଯୋଗ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories