www.samajalive.in
Saturday, December 13, 2025
23.1 C
Bhubaneswar

ଲାଞ୍ଚ ନେଇ ଧରାପଡ଼ିଲେ ତହସିଲଦାର

ତରଭା : ଜମି ପଞ୍ଜିକରଣ କରାଇ ଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତରଭା ତହସିଲଦାର ସୁବ୍ରତ ବେହେରା ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ରାତି ୮ଟା ୧୫ରେ ସେ ନିଜ ସରକାରୀ ବାସଭବନରେ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ ଅଧିକାରୀ ଚଢ଼ଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ଘାଟକଇଁନ୍ତରାର କାହ୍ନୁ ଚରଣ ଦାସ ତାଙ୍କର ତରଭା ୱାର୍ଡ ନଂ ୧୧ ଅନ୍ତର୍ଡା ଗ୍ରାମରେ ଥିବା ଜମି ରେଜେଷ୍ଟ୍ରୀ ପାଇଁ ଆବେଦନ କରିଥିଲେ। ଜମି ପଞ୍ଜିକରଣ କରାଇଦେବାକୁ ତହସିଲଦାର ଶ୍ରୀ ବେହେରା ଲାଞ୍ଚ ମାଗୁଥିବା ଅଭିଯୋଗ କରି ସେ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। କାହ୍ନୁଚରଣ ଆଜି ରାତିରେ ତହସିଲଦାରଙ୍କ ବାସଭବନକୁ ଯାଇ ୨୦ହଜାର ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀ ଚଢ଼ଉ କରିଥିଲେ। ଭିଜିଲାନ୍ସ ଡି.ଏସ.ପି ସମ୍ବଲପୁରର ଦାଶରଥି ସେଠୀ, ବଲାଙ୍ଗିରର ଇନ୍ସପେକ୍ଟର ସଦାନନ୍ଦ ପାଣି, ସୋନପୁରର ଇନ୍ସପେକ୍ଟର ତୁଷାର ମହାପାତ୍ର, ସମ୍ବଲପୁରର ଇନ୍ସପେକ୍ଟର କରନିୟସ ବିଲୁଙ୍ଗ ଓ ଇନ୍ସପେକ୍ଟର ମାନସୀ ଜେନା, ଭିଜିଲାନ୍ସ କର୍ମଚାରୀ ଝସକେତନ ବାରିକ, ବିଷ୍ଣୁପ୍ରସାଦ ଜାଲ, ନନ୍ଦକିଶୋର ବଗର୍ତ୍ତୀ ପ୍ରମୁଖ ଚଢ଼ଉରେ ସାମିଲ ଥିଲେ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories