www.samajalive.in
Wednesday, December 10, 2025
14.1 C
Bhubaneswar

’ଟିମ୍ ଇଣ୍ଡିଆ’ ଖେଳାଳି ରହୁଥିବା ହୋଟେଲ ନିକଟରେ ବିମାନ ଦୁର୍ଘଟଣା

ଅଷ୍ଟ୍ରେଲିଆଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଟିମ୍ ଯେଉଁ ହୋଟେଲରେ କ୍ବାରେଣ୍ଟାଇନରେ ରହୁଛନ୍ତି, ସେହି ହୋଟେଲ ପାଖରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରେ ହୋଟେଲ ବା ଟିମ୍ ଇଣ୍ଡିଆର କୌଣସି ଖେଳାଳିଙ୍କର କୌଣସି କ୍ଷତି ଘଟିନାହିଁ । ତେବେ ଯେଉଁ ପଡ଼ିଆରେ ବିମାନଟି ଖସି ପଡ଼ିଛି ସେଠାରେ ସ୍ଥାନୀୟ  କ୍ରିକେଟ ଓ ଫୁଟବଲ ମ୍ୟାଚ ଖେଳା ଯାଉଥିଲା । ବିମାନ ଖସୁଥିବା ଦେଖି ଖେଳାଳିମାନେ ପଡ଼ିଆ ବାହାରକୁ ଚାଲି ଯାଇଥିଲେ ।

ସୂଚନା ଅନୁସାରେ ଏହି ବିମାନରେ ୨ ଜଣ ଲୋକ ଥିଲେ ଓ ସିଡ଼ନୀ ଅଲମ୍ପିକ ପାର୍କଠାରୁ ଘଟଣା ୩୦ କିଲୋମିଟର ଦୂରରେ  କରୋମାର ପାର୍କ ପଡ଼ିଆରେ ଘଟିଛି । ସେଠାରେ ଏକ ହୋଟେଲରେ ଟିମ୍ ଇଣ୍ଡିଆର ଖେଳାଳିମାନେ ସଙ୍ଗରୋଧରେ ଅଛନ୍ତି । ସେମାନଙ୍କର କୋଭିଡ଼ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନଙ୍କୁ ଶନିବାରଠାରୁ ଅଭ୍ୟାସ କରିବାକୁ ଅନୁମତି ଦିଆଯାଇଛି ।

- Advertisement -

ନଭେମ୍ବର ୨୭ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ଗସ୍ତକାଳରେ ଭାରତୀୟ ଦଳ ୩ଟି ଦିନିକିଆ, ୩ଟି ଟି-୨୦ ଓ ଚାରିଟି ଟେଷ୍ଟ ମ୍ୟାଚ ଖେଳିବ । ପ୍ରଥମ ଟେଷ୍ଟରେ ବିରାଟ କୋହଲି ଖେଳିବା ପରେ ସ୍ବଦେଶ ପ୍ରତ୍ୟାବର୍ତନ କରିବେ ଓ ଅବଶିଷ୍ଟ ୩ ମ୍ୟାଚରେ ଅଜିଙ୍କ୍ୟ ରାହାଣେ ଦଳର ନେତୃତ୍ବ ନେବେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories