ଗ୍ରୀସ୍‍ ବନାଗ୍ନିରେ ୬୦ ଜଣ ଜୀବନ୍ତ ଦଗ୍ଧ, ୧୫୦ରୁ ଊର୍ଦ୍ଧ୍ବ ଆହତ

0

ଏଥେନ୍ସ : ଗ୍ରୀସ୍‍ର ରାଜଧାନୀ ଏଥେନ୍ସ ନିକଟସ୍ଥ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬୦ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ୧୧ ଜଣ ମହିଳା ଏବଂ ୧୬ ଜଣ ଶିଶୁ ଅଛନ୍ତି। ୧୫୦ରୁ ଊର୍ଦ୍ଧ୍ବ ଲୋକ ଏଥିରେ ପୋଡି ହୋଇ ଆହତ ହୋଇଛନ୍ତି। ରାଜଧାନୀଠାରୁ ୪୦ କିଲୋମିଟର ଦୂର ମାତି ନିକଟସ୍ଥ ଦୁଇଟି ଜଙ୍ଗଲରେ ନିଆଁ ଲାଗିବା କାରଣରୁ ସ୍ଥାନ ଛାଡି ଅନ୍ୟତ୍ର ଚାଲିଯିବାକୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ କୁହାଯାଇଥିଲା। ମାତ୍ର ବନାଗ୍ନି ଦ୍ରୁତ ବେଗରେ ଚାରିଆଡେ ମାଡିଯିବାରୁ ଲୋକେ ନିଜ ଘରୁ ବାହାରି ପାରି ନ ଥିଲେ। ଅଧିକାଂଶ ଲୋକ ନିଜ ଘରେ ଅଥବା କାର୍‍ରେ ଥିବା ଅବସ୍ଥାରେ ପ୍ରାଣ ହରାଇଛନ୍ତି। ରେଡ୍‍କ୍ରସ୍‍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ୨୬ଟି ମୃତଦେହ ଉଦ୍ଧାର କରାଯାଇଛି ବୋଲି ସରକାରୀ ମୁଖପାତ୍ର ଡିମିଟ୍ରିସ ଜନକପୋଲସ୍‍ କହିଛନ୍ତି।

Leave A Reply