www.samajalive.in
Saturday, December 6, 2025
16.1 C
Bhubaneswar

ଦୀପାବଳିରେ ବିଜୁଳିର ଲୁଚକାଳି

ସମ୍ବଲପୁର: ସମ୍ବଲପୁର ସହରରେ ବିଜୁଳିର ଲୁଚକାଳି ଯୋଗୁଁ ସହରବାସୀ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ରାଜ୍ୟ ସରକାର ବିଦ୍ୟୁତ କାଟ ନ କରିବା ଓ ୨୪ ଘଣ୍ଟିଆ ବିଦ୍ୟୁତ ସେବା ପ୍ରଦାନ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ସମ୍ବଲପୁରବାସୀ ପ୍ରତିଦିନ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ବ୍ୟତିବ୍ୟସ୍ତ ହୋଇସାରିଲେଣି। ବର୍ଷର ସମସ୍ତ ପ୍ରମୁଖ ଧାର୍ମିକ ଉତ୍ସବ ଯଥା ଶୀତଳ ଷଷ୍ଠୀ, ଦୁର୍ଗା ପୁଜା, ଦୀପାବଳି ଆଦି ପୂର୍ବରୁ ହେଉ କି ଗ୍ରୀଷ୍ମ ଋତୁ ପ୍ରାରମ୍ଭରେ ହେଉ ବିଦ୍ୟୁତ ବିଭାଗ ମରାମତି ନାମରେ ଦିନକୁ ୮ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରିଥାନ୍ତି। କିନ୍ତୁ ଏତେ ପୂର୍ବାପ୍ରସ୍ତୁତି ସତ୍ୱେ ଠିକଣା ସମୟରେ ବିଦ୍ୟୁତ ସରବରାହ ଗୁଲ ହୋଇଯାଇଥାଏ। ଏବେ ବିଦ୍ୟୁତ କାଟ ସମ୍ବଲପୁର ସହର ମଧ୍ୟରେ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇ ସାରିଥିବା ବେଳେ ଏବେ ଦିପାବଳି ସମୟରେ ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ଲକ୍ଷିତ ହେଉ ନାହିଁ। ଦିପାବଳି ପାଇଁ ଶୁକ୍ରବାର ସମ୍ବଲପୁରର ପ୍ରମୁଖ ବଜାର ଗୁଡିକରେ ନାହିଁ ନ ଥିବାର ଭିଡ ପରିଲକ୍ଷିତ ହେଉଥିବା ବେଳେ କରୋନା ସଙ୍କଟ ପରେ ପ୍ରଥମ ଥର ପାଇଁ ଏଭଳି ଭିଡ ଦେଖାଯାଉଛି। କିନ୍ତୁ ଏହି ସମୟରେ ମଧ୍ୟ ବିଜୁଳି ବିଭାଗ ପକ୍ଷରୁ ବାରମ୍ବାର ଦାବି ସତ୍ୱେ ବିଦ୍ୟୁତ କଟା ଲାଗି ରହିଛି। ଦିନତମାମ ବିଜୁଳିର ଲୁଚକାଳି ଜାରି ରହିଥିଲା। ଉତ୍ତମ ଗ୍ରାହକ ସେବା ଯୋଗାଇ ଦେଉଥିବାର ଡିଣ୍ଡିମ ପିଟୁଥିବା ୱେସ୍କୋ କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ବିଦ୍ୟୁତ କାଟ ସମୟରେ ହେଉ କି ଅନ୍ୟ ସମୟରେ ହେଉ, ବିଦ୍ୟୁତ କାଟର ପ୍ରକୃତ କାରଣ ଜଣାଇବା ପାଇଁ ଗ୍ରାହକମାନଙ୍କୁ ସୂଚନା ଦେବା ପାଇଁ କୌଣସି ବ୍ୟବସ୍ଥା କରି ନାହାନ୍ତି। ଫଳରେ ବିଦ୍ୟୁତ ବିଭାଗର ମନମାନି ଯୋଗୁଁ ଲୋକେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ‘ଦୀପାବଳିରେ ବି ବିଜୁଳିର ଲୁଚକାଳି’ ଚାଲିଛି ବୋଲି ସହରବାସୀ ୱେସ୍କୋକୁ କଟାକ୍ଷ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories