www.samajalive.in
Saturday, December 13, 2025
27.1 C
Bhubaneswar

ପେନ୍‌ସନ୍‌ ଉପଭୋକ୍ତା ଆଇଏଫ୍‌ଏମ୍‌ଏସ୍‌ େପାର୍ଟାଲରୁ ଫର୍ମ ୧୬ ଅନ୍‌ଲାଇନ୍‌ ଡାଉନ୍‌ଲୋଡ୍‌ କରିପାରିବେ

ଭୁବନେଶ୍ୱର : କୋଭିଡ୍‌-୧୯ ମହାମାରୀର କଠିନ ସମୟରେ ରାଜ୍ୟ ସରକାରଙ୍କ ୫-‘ଟି’ ଏବଂ ମୋ ସରକାର ସୂତ୍ର ଅଧୀନରେ ପେନ୍‌ସନ୍‌ ତଥା ପରିବାର ପେନ୍‌ସନ୍‌ ପନସନ୍‌ଭୋଗୀମାନଙ୍କୁ ହାତ ପାହାନ୍ତରେ ସେବା ଯୋଗଇଦେବା ପାଇଁ ରାଜ୍ୟ ସରକାରଙ୍କ ଅର୍ଥବିଭାଗ ତରଫରୁ ସୁବିଧା କରାଯାଇଛି। ଟ୍ରେଜେରିକୁ ନ ଯାଇ େପନସନ୍‌ ତଥା ପରିବାର ପେନ୍‌ସନ୍‌ଭୋଗୀମାନେ ଆଇଏଫ୍‌ଏମ୍‌ଏସ୍‌ ପୋର୍ଟାଲରୁ ଫର୍ମ ୧୬ (ଆୟକର ଟିକସ) ଅନ୍‌ଲାଇନ୍‌ରେ ଡାଉନ୍‌ଲୋଡ୍‌ କରିବା ପାଇଁ ରାଜ୍ୟ ସରକାର ପ୍ରଥମର ପାଇଁ ବ୍ୟବସ୍ଥା କରିଛନ୍ତି। ପେନ୍‌ସନ୍‌ଭୋଗୀମାନେ ବରିଷ୍ଠ ନାଗରିକ ହୋଇଥିବାରୁ ସଂକ୍ରମଣର ଭୟ ଥିବାରୁ ଘରେରହି ଅନ୍‌ଲାଇନ୍‌ରେ ଫର୍ମ ପାଇପାରିବେ। ଏହି ସୁବିଧା ରାଜ୍ୟ ସରକାରଙ୍କ ସମସ୍ତ େପନ୍‌ସନ୍‌ ତଥା ପରିବାର ପେନ୍‌ସନ୍‌ଭୋଗୀ ଏବଂ ଓଡ଼ିଶାର ସମସ୍ତ ସାହାଯ୍ୟ ପ୍ରାପ୍ତ ଶିକ୍ଷା ଅନୁଷ୍ଠାନ ଯେଉଁମାନେ ଟ୍ରେଜେରୀରୁ ପେନ୍‌ସନ୍‌ ଗ୍ରହଣ କରିଥା’ନ୍ତି ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବ।

ଯଦି ପେନ୍‌ସନ୍‌ଭୋଗୀମାନେ ଅନ୍‌ଲାଇନ୍‌ରେ ଫର୍ମ ଡାଉନ୍‌ଲୋଡ୍‌ କରିବାରେ କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେମାନେ ଟ୍ରେଜେରୀ ଅଫିସରଙ୍କୁ ଟେଲିଫୋନ୍‌ କିଞ୍ଚା ମେଲ୍‌ ଯୋଗେ ସଂପର୍କ କରିବେ। ନଚେତ୍‌ ଟ୍ରେଜେରୀ ନିର୍ଦେଶାଳୟକୁ dticentrallocation@gmail.com ଆଇଡିରେ ମେଲ୍‌ ପଠାଇ ପାରିବେ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories