www.samajalive.in
Thursday, December 11, 2025
18.1 C
Bhubaneswar

ସାମସଙ୍ଗ ପ୍ରଶଂସକଙ୍କ ପାଇଁ ଖୁସି ଖବର; ଏହି ଫୋନରେ ମିଳିବ ୧୦ହଜାର ଟଙ୍କାର ରିଆତି

ନୂଆଦିଲ୍ଲୀ : ସାମସଙ୍ଗ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ସାମସଙ୍ଗ ଏକ ସ୍ମାର୍ଟଫୋନରେ କମ୍ପାନୀ ପକ୍ଷରୁ ରିଆତି ଘୋଣୋ କରାଯାଇଛି।ଏକ ସାମସଙ୍ଗ ସ୍ମାର୍ଟଫୋନର ମୂଲ୍ୟ ୧୦ହଜାର ଟଙ୍କା ହ୍ରାସ କରାଯାଇଛି ।ଏହି ଫୋନର ନାମ ହେଉଛି ଗାଲାକ୍ସି ଏସ୍‌୨୦ + ବିଟିଏସ୍ ସଂସ୍କରଣ ।ଏହି ଫୋନର ବୈଶିଷ୍ଟ୍ୟ ଗାଲାକ୍ସି ଏସ୍୨୦ ସହ ପ୍ରାୟତଃ ସମାନ ।କେବଳ ପାର୍ଥକ୍ୟ ହେଉଛି ଏହାର ଲୋଗୋ ।ଏଥିରେ, ବିଟିଏସ୍ ବ୍ୟାଣ୍ଡର ଥିମ୍, ୱାଲପେପର ଏବଂ ରିଙ୍ଗଟୋନ୍ ପାଇପାରିବେ ।
ଗାଲାକ୍ସି ଏସ୨୦ + ବିଟିଏସ୍(S20 + BTS) ସଂସ୍କରଣ ମୂଲ୍ୟ
ରିଆତି ପରେ ସାମସଙ୍ଗ ଗାଲାକ୍ସି ଏସ୍୨୦ + ବିଟିଏସ୍(S20 + BTS)କୁ ଆପଣ ୭୭ହଜାର ୯୯୯ଟଙ୍କାରେ କିଣିପାରିବେ ।ଏହି ଫୋନ୍ ଚଳିତ ବର୍ଷ ଜୁଲାଇରେ ଭାରତରେ ଲଞ୍ଚ କରାଯାଇଥିଲା।ଏହି ସଂସ୍କରଣର ପଛ ପ୍ୟାନେଲ୍ ବାଇଗଣୀ ରଙ୍ଗର ।ଏଥିରେ, ବିଟିଏସ୍ ବ୍ୟାଣ୍ଡର ଥିମ୍, ୱାଲପେପର ଏବଂ ରିଙ୍ଗଟୋନ୍ ରହିଛି ।
ସାମସଙ୍ଗ ପକ୍ଷରୁ ଏହି ଫୋନରେ ୬.୭-ଇଞ୍ଚ୍ କ୍ୱାଡ୍ ଏଚ୍‌ଡ଼ି ପ୍ଲସ୍ ଡାଇନାମିକ୍ ଆମୋଲେଡ୍ ୨ଏକ୍ସ ଡିସପ୍ଲେ ଦିଆଯାଇଛି ।ଯାହାର ରେଜୋଲ୍ୟୁସନ ୧୪୪୦x୩୨୦୦ ପିକ୍ସେଲ ରହିଛି ।ଏହି ଡିଭାଇସରେ ଉନ୍ନତ କାର୍ଯ୍ୟଦକ୍ଷତା ପାଇଁ କେବଳ ୭ଜଣ ଉପଭୋକ୍ତା ୧୨ ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜ୍ ରହିଛି ।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories