www.samajalive.in
Saturday, December 6, 2025
14.1 C
Bhubaneswar

ଧନତେରସରେ ଲୋକେ ଭୁଲିଗଲେ କରୋନା କଟକଣା, ସୁନା ଦୋକାନରେ ପ୍ରବଳ ଭିଡ଼

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସଦରମହକୁମାରେ ଆଜି ଧନତେରସ ପର୍ବରେ ଲୋକେ ଭୁଲିଗଲେ କରୋନା କଟକଣା। ସୁନା ଦୋକାନମାନଙ୍କରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼। ଶାସ୍ତ୍ର ଅନୁଯାୟୀ, ଧନତେସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ବୈଦ୍ୟ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ସହ ପ୍ରକଟ ହୋଇଥିଲେ। ଧନତେରସ ଭଗବାନ ଧନ୍ୱନ୍ତରୀଙ୍କ ପୂଜା ସହ ଧନ-ଧାନ୍ୟ ପ୍ରାପ୍ତି ହେବାର ପର୍ବ। ଏହିଦିନ ସୁନା, ରୁପା ଆଦି କିଣି ପୂଜାକରି ରଖିଲେ ମହାଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ଶାସ୍ତ୍ରରେ ଅଛି। ତେଣୁ ଆଜି ଦିନରେ ଲୋକେ ସୁନା ଦୋକାନକୁ ଯାଇ ନିଜର କ୍ଷମତା ଅନୁଯାୟୀ ସୁନା ରୁପା କିଣିଥାନ୍ତି । କିନ୍ତୁ ଏହି ମହାମାରୀ କରୋନା ସମୟରେ ଲୋକେ ଭୁଲିଯାଇଛନ୍ତି କରୋନା କଟକଣାକୁ, ଏପରି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ।

ଆଜି ଦିନ ତମାମ ଲୋକେ ନବରଙ୍ଗପୁର ସହରରେ ଥିବା ସୁନା ଦୋକାନମାନଙ୍କରେ ନବରଙ୍ଗପୁର ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ଲୋକେ ଆସି ଦୋକାନମାନଙ୍କରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା। ଏପରିକି ଲୋକେ ମାସ୍କ ଆଉ ସାମାଜିକ ଦୂରତାକୁ ମଧ୍ୟ ଭୁଲିଯାଇଥିବା ଦେଖିବାକୁ ମିଳିଛି। ସମସ୍ତେ ସୁନା ରୁପା କିଣିବାରେ ବ୍ୟସ୍ତ। ନବରଙ୍ଗପୁର ସହରରେ ଭିଡ଼ ଏମିତି ଥିଲା ଯେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା। କରୋନା ମହାମାରୀ ଏବେବି ଜିଲ୍ଲାରେ ରହିଥିବା ବେଳେ ଆଗକୁ ଯଦି ଏମିତି ଭିଡ଼କୁ ପ୍ରଶାସନ ପକ୍ଷରୁ କାବୁ କରା ନ ଯାଏ ତାହେଲେ ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories