www.samajalive.in
Saturday, December 6, 2025
26.1 C
Bhubaneswar

ଗାଡ଼ିରେ ଆଣୁଥିଲେ ଏକ କ୍ୟୁଣ୍ଟାଲ୍‌ ଗଞ୍ଜେଇ, ପୁଲିସକୁ ଦେଖି ଚମ୍ପଟ୍ ମାରିଲେ ଡ୍ରାଇଭର

ଲମତାପୁଟ: କୋରାପୁଟ ଏସପି ମୁକେଶ ଭାମଙ୍କ ନିର୍ଦେଶରେ କ୍ରମେ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଲମତାପୁଟ ଓ ପାଡୁଆ ଅଞ୍ଚଳରେ ଦୁଇଟି ଚିମ ଗଠନ କରିଥିଲେ। ଏହାପରେ ନନ୍ଦପୁର ଏସଡପିଓ ପାଇବା ପରେ ଲମତାପୁଟ ଫାଣ୍ଡି ଅଧିକାରୀ ଦୀଲିପ କୁମାର ପ୍ରଧାନ ଟିମକୁ ଧରି ଲମତାପୁଟ ବ୍ଲକର ତୁସୁବା ଓ ସଗର ଅଞ୍ଚଳରେ ରାତି ପେଟ୍ରୋଲିଂ କରୁଥିଲେ। ପ୍ରାୟ ମଧ୍ୟ ରାତ୍ରରେ ଆନ୍ଦ୍ର ପ୍ରଦେଶ ସୀମାନ୍ତ ଜଲାପୁଟ ଅଞ୍ଚଳରୁ ଏକ ୪୦୭ ଗାଡିକୁ (ଓଆର୧୦ଜେ୭୭୭୪) ବଡପଡା ଘାଟି ନିକଟରେ ଅଟକ ରଖିଥିଲେ। ପୁଲିସର ଗାଡି ଯାଞ୍ଚ ଦେଖି ୪୦୭ରେ ବସିଥିବା ଜଣେ ଡ୍ରାଇଭର ଓ ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରେ ଗାଡି ଛାଡି ଅନ୍ଧାର ସୁଯୋଗ ନେଇ ଫେରାର ହୋଇଯାଇଥିଲେ। ଏହାପରେ ଜବତ ଗାଡିକୁ ଲମତାପୁଟ ଫାଣ୍ଡିରେ ଆଣି ଗଞ୍ଜେଇକୁ ଓଜନ କରିଥିଲେ ଏବଂ ଗାଡିରେ ୧୦୩୬ କେଜି ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ। ସମସ୍ତ ଜବତ ଗଞ୍ଜେଇ ସ୍ଥାନୀୟ ଅଞ୍ଚଳରେ ୩୧ଲକ୍ଷ ଟଙ୍କୁ ଊର୍ଦ୍ଧ୍ବ ହେଉଥିବା ବେଳେ ଅନ୍ତରାଜ୍ୟରେ ଆନୁମାନିକ ଏକ କୋଟି ଟଙ୍କର ହେବ ବୋଲି ଜଣାଯାଇଛି।

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଉଛି ଯେ ଆନ୍ଦ୍ର ସୀମାନ୍ତ ଜଲାପୁଟ ଅଞ୍ଚଳରୁ ଲମତାପୁଟ, ଜୟପୁର ଦେଇ ଛତିଶଗଡ ଅଞ୍ଚଳକୁ ଗଞ୍ଜେଇ ମାଫିଆମାନେ ଚୋରାଚାଲାଣ କରୁଥିବା ପୁଲିସ ପକ୍ଷରୁ ଜଣାଯାଇଛି। ମାଜିଷ୍ଟେଟଙ୍କ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, ଲମତାପୁଟ ଫାଣ୍ଡି ଅଧିକାରୀ ମହେଶ୍ୱର କ୍ରିର୍ସାନୀ, ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ କୁମାର ଲାକ୍ରା,ଡମ୍ବରୁଧର ବାତ୍ରିଆ ପ୍ରମୂଖ ଉପସ୍ଥିତ ରହି ଜବତ ଗଞ୍ଜେକୁ ଓଜନ କରିଥିଲେ। ଏହି ଘଟଣାରେ କେଉ କେଉମାନେ ସଂପୃକ୍ତ ରହିଛନ୍ତି ତାହାର ଅଧିକ ତଦନ୍ତ ଜାରି ରହିବ ବୋଲି ପୁଲିସ ପ୍ରକାଶ କରିଛି।

Hot this week

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

Related Articles

Popular Categories