www.samajalive.in
Monday, December 8, 2025
14.1 C
Bhubaneswar

ହାତୀପଲଙ୍କ ଉପଦ୍ରବ ଯୋଗୁଁ ଫସଲ ନଷ୍ଟ

ବୁଗୁଡ଼ା: ବୁଗୁଡ଼ା ବନାଞ୍ଚଳ ପଞ୍ଚଭୂତି ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ କରସିଂ ନିକଟସ୍ଥ ବିଲ ମାଳରେ ଗତ ରାତିରେ ୧୭ ଟିକିଆ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଏକ ବିଦ୍ୟୁତ ଖୁଣ୍ଟକୁ ମଧ୍ୟ ଟାଳି ବଙ୍କା କରି ଦେଇଛନ୍ତି। ଉକ୍ତ ହାତୀ ପଲ ଅଚାନକ ଭାବେ ନୟାଗଡ଼ ଜଙ୍ଗଲରୁ ଆସିଥିବା ବନ ବିଭାଗ ସୂଚନା ଦେଇଛି । ଏଥିରେ ୩ଟି ଛୁଆ ହାତୀ, ୩ଟି ଦନ୍ତା ଓ ୧୧ଟି ମାଇ ହାତୀ ଥିବା ଜଣା ପଡିଛି । ଗତ ରାତିରେ ହାତୀ ପଲ କରସିଂ ଗ୍ରାମ ନିକଟ ନାକି ଘାଇ ଆଖ ପାଖରେ ଗର୍ଜନ କରି ରାସ୍ତା ପାର ହେବାକୁ ଚେଷ୍ଟା କରୁଥିଲା ବେଳେ ଲୋକେ ମିଳିମିଶି ଘଣ୍ଟ ମୃଦଙ୍ଗ ବଜାଇ ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ହାତୀ ପଲ ରାସ୍ତା ପାର ହୋଇ ଉଦୟପୁର ମନ୍ଦିର ପଛ ପଟେ ଥିବା ଧାନ ବିଲରେ ପଶି ବ୍ୟାପକ କ୍ଷୟ କ୍ଷତି କରିଥିବା ଜଣାପଡିଛି। ଏଥିରେ କରସିଂ ଗ୍ରାମର ସୋମନାଥ ବାରିକଙ୍କ ୫ ଭରଣ, ରବି ସେଠିଙ୍କ ୨ ଭରଣ, ମୂଷା ସେଠୀଙ୍କ ୫ ଭରଣ, ସତ୍ୟ ସେଠୀଙ୍କ ୩ ଭରଣ ଓ କୃଷ୍ଣ ବେହେରାଙ୍କ ୩ ଭରଣ ଧାନ ଫସଲ ହାତୀ ନଷ୍ଟ କରିଥିବା ଜଣାପଡିଛି । ଖବର ପାଇ ଡ଼ିଏଫଓ ସତ୍ୟ ନାରାୟଣ ବେଉରା ଶୁକ୍ରବାର ସକାଳେ ପଞ୍ଚଭୂତି ଜଙ୍ଗଲ ଅଞ୍ଚଳ ବୁଲି ଦେଖିଥିଲେ ଏବଂ ହାତୀ, ଫସଲ ଓ ମଣିଷଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ କଡାକଡ଼ି ଭାବେ ରାତ୍ର ପେଟ୍ରୋଲିଂ କରିବାକୁ ବନ ବିଭାଗ ବଙ୍ଗଳାରେ ବନ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ । ହାତୀ ପଲ ଆସିଲେ କି କି ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ ସେନେଇ ବୁଝାଇବା ସହ ଲୋକଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ । ତା’ପରେ ସେ ମାଣିତରା ଓ କରଚୁଲି ଜଙ୍ଗଲରେ ଥିବା ହାତୀଙ୍କ ଗତିବିଧି ସଂପର୍କେ ବୁଝିବା ସହ ବନ କର୍ମଚାରୀଙ୍କୁ ଉନ୍ନତ ମାନର ଟର୍ଚ୍ଚ ଲାଇଟ ଯୋଗାଇ ଦେଇଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories