ଅଲ୍‍ୱର ମୃତ୍ୟୁ ଘଟଣା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ

0

ଜୟପୁର: ଅଲୱର ଆକ୍ରମଣରେ ମୃତ ରାକବର ଖାନ୍‍ଙ୍କ ପୋଷ୍ଟମର୍ଟମ୍‍ ରିପୋର୍ଟ ଆସିଛି। ଶରୀରର ଭିତର ଓ ବିଭିନ୍ନ ଅଂଶରେ ସାଂଘାତିକ କ୍ଷତ, କାନ୍ଧ ଓ ହାତ ହାଡ଼ ଭାଙ୍ଗିବା, ଫୁସ୍‍ଫୁସ୍‍ରେ ଆଘାତ ଯୋଗୁଁ ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। ତିନି ଜଣିଆ ଡାକ୍ତରୀ ଦଳ ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।
ଗତ ଶନିବାର ଦିନ ଅଲ୍‍ୱାର ଜିଲା ରାମଗଡ଼ ବ୍ଲକ୍‍ ଲାଲାୱାଣ୍ଡି ଗ୍ରାମରେ ଗୋଚାଲାଣ ଅଭିଯୋଗରେ ରାକବରଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା।

Leave A Reply