www.samajalive.in
Tuesday, December 9, 2025
16.1 C
Bhubaneswar

ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ୪ ଗୁରୁତର

କଣ୍ଟାବାଞ୍ଜି : ଆଜି ଅପରାହ୍ନ ପ୍ରାୟ ୧ ଟା ବେଳେ ତୁରେକେଲା ରାସ୍ତା ଫରେଷ୍ଟ କରପୋରେସନ ଡିପୋ ଟର୍ଣ୍ଣିଙ୍ଗ ରାସ୍ତାରେ ଉଭୟ ପଟରୁ ଦ୍ରୁତ ଗତିରେ ଯାଉଥିବା ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଗୁରୁତର ହୋଇ ବଲାଙ୍ଗିର ଡାକ୍ତରଖାନାକୁ ରେଫର ହୋଇଥିବା ପ୍ରାପ୍ତ ସୂଚନାରୁ ଜଣାପଡିଛି। ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ପଟୁ ଗଡଗଡବାହାଲ ର ବୈକୁଣ୍ଠ ହିଆଁଲ (୨୫) ସାଙ୍ଗରେ ବସିଥିବା ସେହି ଗ୍ରାମର ଯମୁନା କୁମ୍ଭାର(୧୮) ବାଇକ ତୁରେକେଲା ଆଡେ ଯାଉଥିବା ବେଳେ ତୁରେକେଲା ପଟରୁ ଖୁଟୁଲୁମୁଣ୍ଡା ଗ୍ରାମର କୃତିବାସ ଦୀପ (୩୫), ବିରଞ୍ଚି ସଗ୍ରିଆ(୪୦) ବାଇକରେ ଦ୍ରୁତ ଗତି ରେ ଯାଉଥିବା ବେଳେ ଉଭୟ ବାଇକ ଆରୋହୀ ମୁହାଁମୁହିଁ ଧକ୍କା ହୋଇଥିଲା। ଅଗ୍ନିଶମ ବିଭାଗ ଅଧିକାରୀ ଅସିତ ଜେନାଙ୍କ ସହ ପୁରା ଟିମ୍ ସେମାନଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କର ମୁଣ୍ଡ ଓ ଗୋଡରେ ଜୋର ଆଘାତ ହୋଇଥିବାରୁ ସେମାନଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନା କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇଦିଆଯାଇଛି। ଖବର ପାଇ କଣ୍ଟାବାଞ୍ଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇବାଇକକୁ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories