ଏହି ଭୁଲ ଦ୍ୱାରା କାର୍ଯ୍ୟ ଅସଫଳ ହୋଇଥାଏ

0

ଅଧିକାଂଶ ସମୟରେ ଦେଖାଯାଇଥାଏ ଯେ, ଲୋକମାନେ ଅଧିକ ସମୟ ଧରି ପୂଜା କରିଥାନ୍ତି। ସକାଳେ ଓ ସନ୍ଧ୍ୟାରେ ସର୍ବଦା ଅଧିକ ସମୟ ଧରି ପୂଜା ଓ ଭଗବାନଙ୍କ ଜପ ମଧ୍ୟ କରିଥାନ୍ତି। ତଥାପି ତାଙ୍କ ଜୀବନରେ ଅସୁବିଧା ଛାଡି ନଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘରେ ବାସ୍ତୁ ସମ୍ବନ୍ଧୀୟ କୌଣସି ଅସୁବିଧା ରହିଥିବ ତେବେ ଭଗବାନଙ୍କୁ ଯେତେ ପୂଜା କଲେ ମଧ୍ୟ କୌଣସି ସୁଫଳ ମିଳିବ ନାହିଁ। ଆସନ୍ତୁ ଜାଣିବା ଘରେ କେଉଁ ବାସ୍ତୁଦୋଷ କାରଣରୁ ଏପରି ହୋଇଥାଏ..ଯେଉଁ ଘରେ ତୁଳସୀ ଗଛ ଲଗାଯାଇ ନ ଥାଏ ସେଠାରେ ଭଗବାନଙ୍କ କୃପା ମିଳି ନଥାଏ। ତେଣୁ ଘରର ଅଗଣାରେ ତୁଳସୀ ଗଛ ଲଗାଇବା ଉଚିତ। ପ୍ରତିଦିନ ତୁଳସୀ ଗଛରେ ପାଣି ଦେବା ସହ ପୂଜା କରନ୍ତୁ। ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଦୀପ ଜଳାନ୍ତୁ।
ଯେଉଁ ଘର ଠିକ ଭାବେ ସଫା ହୋଇ ନଥାଏ ସେଠାରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଏପରି ଘରେ କଦାପି ଠାକୁର ବାସ କରି ପାରି ନଥାନ୍ତି। ତେଣୁ ଘରକୁ ସର୍ବଦା ପରିଷ୍କାର ରଖନ୍ତୁ।ଯେଉଁ ଘରେ ଭଙ୍ଗାରୁଜା ଅଦରକାରୀ ଜିନିଷ ରହିଥାଏ ସେଠାରେ ଅଶାନ୍ତି ଦେଖା ଦେଇଥାଏ। ପରିବାରରେ କଳହ ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ ଘରେ କୌଣସି ଭଙ୍ଗା ଦ୍ରବ୍ୟ ରଖନ୍ତୁ ନାହିଁ।
ଘରର ଆଲମାରୀ ସର୍ବଦା ଉତ୍ତର ଦିଗରେ ରଖିବା ଉଚିତ। ଉତ୍ତର ଦିଗରେ ଆଲମାରୀ ରଖିବା ଦ୍ୱାରା ଘରେ ମା’ ଲକ୍ଷ୍ମୀ ମଧ୍ୟ ବାସ କରିଥାନ୍ତି। ଏପରି କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ।ସକାଳେ ଓ ସନ୍ଧ୍ୟା ସମୟରେ ଘର ମଧ୍ୟକୁ ଆଲୋକ ଓ ପବନ ପ୍ରବେଶ କରୁଥିବା ଦରକାର। ଏହାଦ୍ୱାରା ନକାରାତ୍ମକ ଶକ୍ତି କ୍ଷୟ ହୋଇଥାଏ। ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
ପୂଜା ସମୟରେ ସମସ୍ତ ଘରେ ଆଲୋକ ଜଳାଇ ରଖନ୍ତୁ। ପୂଜା ସମୟରେ ଘରର କୌଣସି ଶୋଇବା ଉଚିତ ନୁହେଁ।

Leave A Reply