ସଂରକ୍ଷଣ ଦାବିରେ ମହାରାଷ୍ଟ୍ର ବନ୍ଦ

0

ବ୍ୟାପକ ପୋଡ଼ା ଜଳା, ବସ୍‍ ଓ ଟ୍ରେନ୍‍ ଚଳାଚଳ ବାଧାପ୍ରାପ୍ତ
ମୁମ୍ବଇ: ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦାବି କରି ମରାଠା କ୍ରାନ୍ତି ମୋର୍ଚ୍ଚା ଆଜି ମହାରାଷ୍ଟ୍ର ବନ୍ଦ ଡାକରା ଦେଇଛି। ସରକାରୀ ଯାନବାହନ ଚଳାଚଳ ଓ ଜରୁରିକାଳୀନ ସେବା ବନ୍ଦ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଆଜି ବିିଭିନ୍ନ ସ୍ଥାନରେ ଗମନାଗମନ ଓ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ ମରାଠାଙ୍କୁ ସଂରକ୍ଷଣ ସୁବିଧା ଘୋଷଣା କରାଯିବ ବୋଲି ନିର୍ବାଚନ ପୂର୍ବରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଦ୍‍ନାଭିସ୍‍ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେ ଏବେ ପ୍ରତିଶ୍ରୁତିରୁ ଓହରି ଯାଇଛନ୍ତି। ଏହାର ପ୍ରତିବାରେ ଗତ କିଛି ଦିନ ହେଲା ଔରଙ୍ଗାବାଦ୍‍ ସମେତ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ମୋର୍ଚ୍ଚା ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଉଛି। କିନ୍ତୁ ମୋର୍ଚ୍ଚା ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛି ଏବଂ ସେହି ଆଶଙ୍କାରେ ପାନ୍ଧାରପୁରଠାରେ ଆଷାଢ଼ୀ ଏକାଦଶୀ ପୂଜାର୍ଚ୍ଚନା ବାତିଲ୍‍ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଫଦ୍‍ନାଭିସ୍‍ କହିଥିଲେ। ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ନ ପାଇ ନଥିଲା। ସୋମବାର ଔରଙ୍ଗାବାଦ୍‍ରେ କାକାସାହେବ ସିନେ୍ଧ ନାମକ ଜଣେ ୨୭ ବର୍ଷୀୟ ଯୁବକ ଗୋଦାବରୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହାପରେ ମରାଠାମାନେ ଆଜି ମହରାଷ୍ଟ୍ର ବନ୍ଦ ଡାକରା ଦେଇଛନ୍ତି। ସିନେ୍ଧଙ୍କ ମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କରି ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୋର୍ଚ୍ଚା ଦାୟୀ କରିଛି।
ମୃତ୍ୟୁକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରିବା ସହିତ ଶାନ୍ତି ବଜାୟ ରଖିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଦ୍‍ନାଭିସ୍‍ ଆନ୍ଦୋଳନକାରୀଙ୍କୁ ଅନୁରୋଧ କରିଛନ୍ତି। ସମସ୍ୟାକୁ ସରକାର ଗୁରୁତ୍ୱର ସହିତ ନେଇଛନ୍ତି ବୋଲି ସେ କହିଛନ୍ତି।
ବିକ୍ଷୋଭକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧର କୌଣସି ପ୍ରଭାବ ପଡ଼ି ନଥିବା ପରିଲକ୍ଷିତ ହୋଇଛି। ଆନ୍ଦୋଳନକାରୀମାନେ ଏକ ଦମକଳ ଗାଡ଼ି ପୋଡ଼ି ଦେବା ସହିତ ଓସମାନାବାଦ୍‍ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରଭାନି ଜିଲାରେ ଟ୍ରେନ୍‍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ମୁଖ୍ୟମନ୍ତ୍ରୀ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।

Leave A Reply