www.samajalive.in
Saturday, December 13, 2025
23.1 C
Bhubaneswar

ନୂତନ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ସମ୍ବର୍ଦ୍ଧନା

ବ୍ରଜରାଜନଗର: ବ୍ରଜରାଜନଗର କଂଗ୍ରେସ କମିଟି ତରଫରୁ ମଣ୍ଡଳିଆ କାଳି ମନ୍ଦିର ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ନୂତନ ଜିଲ୍ଲା କଂଗ୍ରେସ ସଭାପତି ଭରତ ଅବସ୍ଥିଙ୍କୁ ବ୍ରଜରାଜନଗର କଂଗ୍ରେସ କାର୍ଯ୍ୟକର୍ତାମାନଙ୍କ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା। କଂଗ୍ରେସ ଦଳର ବରଗଡ ଲୋକସଭା ପ୍ରାର୍ଥୀ ପ୍ରଦୀପ ଦେବତା, ବରିଷ୍ଠ ଆଇନଜୀବୀ ସିଆରାମ ଦାସ, ବ୍ରଜରାଜନଗର ପୂର୍ବତନ ଯୁବ କଂଗ୍ରେସ ସଭାପତି ଜୀବନ ସାର୍ଥକ ଦାସ , ଦେବେଶ ପଣ୍ଡା, ପୂର୍ବତନ କାଉନସିଲର କିରଣ ଦାସ ମଞ୍ଚାସନ ରହିଥିଲେ। ବ୍ରଜରାଜନଗର ପୂର୍ବତନ ଯୁବ କଂଗ୍ରେସ ସଭାପତି ଜୀବନ ସାର୍ଥକ ଦାସଙ୍କ ନେତୃତ୍ୱରେ ଆଜି କିଛି ଯୁବକ କଂଗ୍ରେସରେ ସାମିଲ ହୋଇଥିଲେ। ନୂତନ ଜିଲ୍ଲା ସଭାପତି ସେମାନଙ୍କୁ ଫୁଲତଡ଼ା ଦେଇ ସ୍ୱାଗତ ଜଣାଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଜି ଇବ୍ ନଦୀ ବରଘାଟ ଠାରୁ ଅତିଥି ମାନଙ୍କୁ ଏକ ବାଇକ୍ ଶୋଭାଯାତ୍ରାରେ ମଣ୍ଡଳୀୟା ସ୍ଥିତ ପାଟ୍ଟୋଯୋଶୀ ଛକ ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ନଗରପାଳ ସ୍ବର୍ଗତ ସନତ ପାଟ୍ଟୋଯୋଶୀ ଙ୍କ ପ୍ରତିମୂର୍ତ୍ତୀରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ସନ୍ତୋଷ ବଡ଼ପଣ୍ଡା ଆଜିର ସମ୍ବର୍ଦ୍ଧନା ସଭାର ମଞ୍ଚ ସଂଚାଳନ କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ କିରଣ ଦାସ ଧନ୍ୟବାଦ ଦେଇଥିଲେ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories