ଚନ୍ଦ୍ରଗ୍ରହଣ ବେଳେ ଏହି ଖାଦ୍ୟ ଖାଆନ୍ତୁ ନାହିଁ

0

ଶତାଦ୍ଦୀର ସବୁଠାରୁ ବଡ ଚନ୍ଦ୍ର ଗ୍ରହଣ ଜୁଲାଇ ୨୭ତାରିଖରେ ପଡୁଛି। ହିନ୍ଦୁ ମାନ୍ୟତା ଅନୁସାରେ ଏହି ଦିନ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ। ଏହି ସମୟରେ ଖାଦ୍ୟ ଖାଇବା ଓ ଖାଦ୍ୟ ପ୍ରସ୍ତୁତ କରିବା ଉପରେ ମଧ୍ୟ କିଛି କଟକଣା ରହିଛି। ଚନ୍ଦ୍ର ଗ୍ରହଣ ସମୟରେ ବାୟୁମଣ୍ଡଳରେ ବ୍ୟାକ୍ଟେରିଆ ଓ ଅନେକ ରୋଗ ସଂକ୍ରମଣ ହେବାର ସମ୍ଭାବନା ଥାଏ ବୋଲି ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା ଚନ୍ଦ୍ର ଗ୍ରହଣ ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା..ବୃଦ୍ଧ ବ୍ୟକ୍ତି, ଗର୍ଭବତୀ ମହିଳା ଓ ଅସୁସ୍ଥ ଥିବା ବ୍ୟକ୍ତି ମାନେ ଚନ୍ଦ୍ରଗ୍ରହଣ ସମୟରେ ସାତ୍ତ୍ୱିକ ଭୋଜନ କରିବା ଉଚିତ। ଏହା ଶୀଘ୍ର ପାଚନ କରିବାରେ ସହାୟକ ହୋଇଥାଏ।
ଚନ୍ଦ୍ରଗ୍ରହଣ ସମୟରେ ଫଳ ଖାଇବା ଉଚିତ। ଗ୍ରହଣ ସମୟରେ ରନ୍ଧା ଖାଦ୍ୟ ଖାଇବା ଅନୁଚିତ। ଚନ୍ଦ୍ରଗ୍ରହଣ ସମୟରେ ରୋଷେଇ କରିବା ମଧ୍ୟ ଅନୁଚିତ।
ଗ୍ରହଣ ସମୟରେ ଆମିଷ ଖାଇବା ଅନୁଚିତ। ନିଶାଦ୍ରବ୍ୟ, ଅଧିକ ପ୍ରୋଟିନ ଥିବା ଖାଦ୍ୟ ମଧ୍ୟ ଗ୍ରହଣ କରିବା ଅନୁଚିତ। ଗ୍ରହଣ ପରେ ସାମାନ୍ୟ ଭୋଜନ କରିବା ଉଚିତ। ଗ୍ରହଣ ପରେ ଫଳ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।

Leave A Reply