www.samajalive.in
Monday, December 15, 2025
16.1 C
Bhubaneswar

କରୋନାକୁ ପରାସ୍ତ କଲେ ୯୨ବର୍ଷୀୟା ବୟୋଜ୍ୟେଷ୍ଠା; ସମ୍‍ କୋଭିଡ ହସ୍ପିଟାଲ୍‍ରେ ହେଲେ ସୁସ୍ଥ

ଭୁବନେଶ୍ୱର : ଉପଯୁକ୍ତ ଚିକିତ୍ସା, ଯତ୍ନ ଓ ସେବା ଫଳରେ କରୋନା ଭଳି ଭୟଙ୍କର ବ୍ୟାଧିରୁ ମଧ୍ୟ ସୁସ୍ଥ ହୋଇପାରିବେ ବରିଷ୍ଠ ନାଗରିକମାନେ। ଏହି କଥାକୁ ପୁଣି ଥରେ ପ୍ରମାଣିତ କରିପାରିଛି ସମ୍‍ କୋଭିଡ ହସ୍ପିଟାଲ୍‍। କରୋନାକୁ ପରାସ୍ତ କରିଛନ୍ତି ଜଣେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା। କରୋନା ଆକ୍ରାନ୍ତ ହୋଇ ସମ୍‍ କୋଭିଡ ହସ୍ପିଟାଲ୍‍ରେ ଉତମ ଚିକିତ୍ସା ପାଇ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି ଭୁବନେଶ୍ୱର ବରମୁଣ୍ଡା ଅଂଚଳର ୯୨ ବର୍ଷୀୟା ଶ୍ରୀମତି ସରୋଜିନୀ ପଟ୍ଟନାୟକ।
କିଛି ଦିନ ଧରି ଥଣ୍ଡା, ଜ୍ୱର ଓ କାଶ ଲାଗି ରହିବା ପରେ ସରୋଜିନୀଙ୍କର କୋଭିଡ ପରୀକ୍ଷା କରାଇଥିଲେ ତାଙ୍କ ପରିବାର। କୋଭିଡ ରିପୋର୍ଟ ପଜିଟିଭ୍‍ ଆସିବା ପରେ ତାଙ୍କୁ ସମ୍‍ କୋଭିଡ୍‍ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ମଧୁମେହ ରୋଗରେ ପିଡ଼ିତ ଥିବା ସରୋଜିନୀଙ୍କର ଚିକିତ୍ସା ଆରମ୍ଭ କରିଥିଲେ ସମ୍‍ କୋଭିଡ ଟିମ୍‍। କରୋନା ଆକ୍ରାନ୍ତଙ୍କ ପାଇଁ ମଧୁମେହ ରୋଗ ଏକ ଚିନ୍ତାର ବିଷୟ ହୋଇଥିବା ବେଳେ ତାଙ୍କୁ ସୁସ୍ଥ କରିବା ପାଇଁ କୋଭିଡ ଟିମ୍‍ ଅପ୍ରାଣ ଉଦ୍ୟମ କରିଥିଲେ।
ସୋମବାର ସେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସରୋଜିନୀ ଓ ତାଙ୍କ ପରିବାର ସମ୍‍ କୋଭିଡ୍‍ ହସ୍ପିଟାଲକୁ କୃତଜ୍ଞତା ଜଣାଇଛନ୍ତି। ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉତମ ଚିକିତ୍ସା ଯୋଗୁଁ ତାଙ୍କ ଜେଜେ ମା’ କରୋନାକୁ ପରାସ୍ତ କରିପାରିଲେ ବୋଲି କହିଛନ୍ତି ସରୋଜିନୀଙ୍କ ନାତି ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ।
କେବଳ ସରୋଜିନୀ ନୁହଁନ୍ତି ତାଙ୍କ ଭଳି ଅନେକ ବୟୋଜ୍ୟେଷ୍ଠ ସମ୍‍ କୋଭିଡ ହସ୍ପିଟାଲ୍‍ରେ କରୋନାକୁ ପରାସ୍ତ କରି ସୁସ୍ଥ ହୋଇ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories