www.samajalive.in
Friday, December 12, 2025
16.1 C
Bhubaneswar

ଫିଟ୍‌ ରହିବା ପାଇଁ କଠିନ ପରିଶ୍ରମ କରୁଛନ୍ତି ଓଡ଼ିଶା ଏଫ୍‌ସି ଖେଳାଳି

କଟକ  : ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଲ)ସପ୍ତମ ସଂସ୍କରଣ ନଭେମ୍ବର ୨୦ରୁ ଗୋଆରେ ଖେଳାଯିବ। ଏଥିପାଇଁ ବିଭିନ୍ନ ଦଳ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଛନ୍ତି। ଓଡ଼ିଶା ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସି ନଭେମ୍ବର ୨୩ରେ ହାଇଦରାବାଦ୍‌ ଏଫ୍‌ସି ସହିତ ଖେଳି ଅଭିଯାନ ଆରମ୍ଭ କରିବ। ଏଥିପାଇଁ ଦଳ ପ୍ରସ୍ତୁତିକୁ ଜୋରଦାର କରିଛି। ବିଶେଷ କରି ଖେଳାଳିମାନଙ୍କୁ ଫିଟ୍‌ ରଖିବା ନେଇ ଫିଜିଓ କଠିନ ପରିଶ୍ରମ କରୁଛନ୍ତି । ଓଡ଼ିଶା ଏଫ୍‌ସିର ଫିଜିଓଥେରାପିିଷ୍ଟ ଡା ଫିରୋଜ ସେଖ ଓ ସହ ଫିଜିଓଥେରାପିଷ୍ଟ ଡ​‌ା ନାଭେଦ୍‌ ହମିଦ ପ୍ରତିଦିନ ଖେଳାଳିମାନଙ୍କୁ ଫିଟ୍‌ନେସ ନେଇ ଗୁରୁତ୍ବ ଦେଉଛନ୍ତି। କରୋନା ମହାମାରୀ ପାଇଁ ଖେଳାଳିମାନେ ଦୀର୍ଘ ସମୟ ଧରି ମ୍ୟାଚ ଖେଳିବାରୁ ଦୂରରେ ରହିଛନ୍ତି। ଯାହା ଫିଟ୍‌ନେସ ଉପରେ ମଧ୍ୟ ପ୍ରଭାବ ପକାଇଛି। ଜୈବ ପରିବେଶ ମଧ୍ୟରେ ରହି ଏସ୍‌ଓପି ଆଧାରରେ ଅଭ୍ୟାସ କରିବା ଆମ ପାଇଁ ଆହ୍ବାନ ହୋଇଛି । ସ୍ବତନ୍ତ୍ର ଯୋଜନା ମୁତାବକ ଖେଳାଳିମାନଙ୍କ ଫିଟ୍‌ନେସ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ପିଜିଓ ଫିରୋଜ୍‌ ଶେକ୍‌ କହିଛନ୍ତି। କୋଭିଡ଼ ମଧ୍ୟରେ ଆଇଏସଏଲ ଖେଳାଯିବା ଏକ ଆହ୍ବାନ। ସମସ୍ତ ଦଳ ପାଇଁ ସମାନ ସମସ୍ୟା। ଖେଳାଳିଙ୍କ ଫିଟ୍‌ନେସ ସହ ଅଭ୍ୟାସ ଉପରେ ସର୍ବାଧିକ ଗୁରୁତ୍ବ ଦେବାକୁ ପଡ଼ୁଛି ବୋଲି ସହ ଫିଜିଓ ନାଭେଦ୍‌ କହିଛନ୍ତି। ଖେଳାଳିମାନଙ୍କୁ ପ୍ରଥମେ ସୁସ୍ଥ ରଖିବା ନେଇ କଠିନ ପରିଶ୍ରମ କରାଯାଉଛି। ଏଥିପାଇଁ ସବୁ ଦିଗ ପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି ନାଭେଦ୍‌ କହିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories