www.samajalive.in
Thursday, December 11, 2025
16.1 C
Bhubaneswar

ଆଠଗଡ- ତିଗିରିଆ ବ୍ଲକର ଶିକ୍ଷକମାନଙ୍କ ପକ୍ଷରୁ କୋଭିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ଆଠଗଡ: ଆଠଗଡ-ତିଗିରିଆ ବ୍ଲକ ଦ୍ୱୟରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ପକ୍ଷରୁ ରାଜ୍ୟରେ କରୋନା ମହାମାରୀ ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬ଲକ୍ଷ ୮୧ହଜାର ଟଙ୍କା ଦାନ କରିଥିବା ଜଣାପଡଛି। ଶନିବାର ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଭେଟି ଆଠଗଡ ବ୍ଲକ ଶିକ୍ଷାଧିକାରୀ ରୁଦ୍ରନାରାୟଣ ସାମଲ, ସହକାରୀ ବ୍ଲକ ଶିକ୍ଷାଧିକାରୀ ବିଦ୍ୟାଧର ମହାପାତ୍ର ଓ ବହୁ ଶିକ୍ଷକ ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪.୯୧ଲକ୍ଷ ଟଙ୍କାର ଏକ ବ୍ୟାଙ୍କ ଡ୍ରାଫ୍ଟ ପ୍ରଦାନ କରିଥିଲେ।

ସେହିପରି ତିଗିରିଆ ବ୍ଲକ ଶିକ୍ଷାଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ଆଠଗଡ ବିଇଓ ଶ୍ରୀ ସାମଲ, ସହକାରୀ ବ୍ଲକ ଶିକ୍ଷାଧିକାରୀ ସନାତନ ଲେଙ୍କା ଓ ପ୍ରିୟରଞ୍ଜନ ହୋତାଙ୍କ ସମେତ ସେହି ବ୍ଲକର ବହୁ ଶିକ୍ଷକ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ୧.୯୦ଲକ୍ଷ ଟଙ୍କାର ଏକ ବ୍ୟାଙ୍କ ଡ୍ରାଫ୍ଟ ପ୍ରଦାନ କରିଥିଲେ। ବୈଶିକ ମହାମାରୀର ରୂପ ନେଇଥିବା କରୋନା ସଂକଟ କାଳରେ ରାଜ୍ୟରପୀଡିତ ମାନଙ୍କ ଚିକିତ୍ସା ସହାୟତା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଏହି ମହନୀୟ ଦାନ ବେଶ ପ୍ରେରଣା ଦାୟକ ଓ ପ୍ରଶଂସନୀୟ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories