www.samajalive.in
Tuesday, December 9, 2025
15.1 C
Bhubaneswar

ମା’ ସମଲେଶ୍ୱରୀଙ୍କ ଚିତ୍ର ଅଙ୍କିତ ରୂପା କଏନ୍ ଉଦଘାଟିତ

ସମ୍ବଲପୁର : ମା’ ସମଲେଶ୍ୱରୀଙ୍କ ମହିମା ପ୍ରଚାର ସହିତ ସମ୍ବଲପୁରୀ ସଂସ୍କୃତି ଓ କଳାର ପ୍ରଚାର ପ୍ରସାର ନିମନ୍ତେ ସଂସ୍କୃତି ପ୍ରେମୀମାନେ ସେମାନଙ୍କ ଉଦ୍ୟମ ଜାରି ରଖିଥିବାବେଳେ ଏଥିରେ ଶନିବାର ଏକ ନୂତନ ଅଧ୍ୟାୟ ଯୋଡି ହୋଇଯାଇଛି। ସମ୍ବଲପୁରର ସେଙ୍କି ଜ୍ୱେଲର୍ସ ତରଫରୁ ଶନିବାର ମା’ ସମଲେଶ୍ୱରୀଙ୍କ ଫଟୋ ଚିତ୍ର ଅଙ୍କିତ ୧୦ ଗ୍ରାମ ଓଜନର ମିରର ଫିନିସ ରୂପା କଏନ ବଜାରରେ ଲଞ୍ଚ କରାଯାଇଛି।

ଏ ସର୍ମ୍ପକରେ ସେଙ୍କି ଜ୍ୱେଲର୍ସର ମାଲିକ ସେଙ୍କି ଓ ତନୁ କହିଛନ୍ତି ଯେ, ଆମେ ଗହଣା ବ୍ୟବସାୟ ବହୁ ଦିନରୁ କରୁଥିବାବେଳେ ମା’ ସମଲେଶ୍ୱରୀଙ୍କ ମହିମା ପ୍ରଚାର ସହିତ ସମ୍ବଲପୁରୀ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଉଦ୍ୟମ ଜାରି ରଖିଛୁ। ପ୍ରଥମରୁ ରୂପା କଏନ୍ ଗୁଡିକରେ ଶ୍ରୀ ଗଣେଶ ଓ ମା’ ଲକ୍ଷ୍ମୀଙ୍କ ପ୍ରତିକୃତି ଅଙ୍କିତ ରହିଥିବାର ଉପଲବ୍ଧ ଅଛି। କିନ୍ତୁ ମା’ ସମଲେଶ୍ୱରୀଙ୍କ ପ୍ରତିକୃତି ଅଙ୍କିତ ଥିବା ରୂପା କଏନ୍ ଉପଲବ୍ଧ ନ ଥିବାରୁ ପ୍ରଥମ ଥର ପାଇଁ ନୂଆଦିଲ୍ଲୀର ଏକ କମ୍ପାନୀର ସହାୟତାରେ ରଙ୍ଗୀନ ପ୍ରତିକୃତି ରହିଥିବା ରୂପା କଏନ ନିର୍ମାଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୯୯.୯୯ ପ୍ରତିଶତ ଶୁଦ୍ଧ ରୂପରେ ୨ ଶହଟି କଏନ ନିର୍ମାଣ କରାଯାଇଥିବାବେଳେ ଇତି ମଧ୍ୟରେ ପୁନଃ ୨ ଶହଟି ନୂତନ କଏନ୍ ପାଇଁ ଅର୍ଡର ଦିଆସରିଛି। ଆଗାମୀ ଦିନରେ ବଜାରର ଚାହିଦାକୁ ଦେଖି ପ୍ରାୟ ୧ ଲକ୍ଷ କଏନ୍ ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି ରୂପା କଏନ୍ ନିର୍ମିତ ହେବା ପରେ ୫ଟି ରୂପା କଏନ୍ ପ୍ରଥମେ ମା’ ସମଲେଶ୍ୱରୀଙ୍କୁ ମନ୍ଦିର ଟ୍ରଷ୍ଟ ବୋର୍ଡ ଜରିଆରେ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ସମ୍ବଲପୁରୀ ବାନ୍ଧକଳା ସମେତ ଅନ୍ୟାନ୍ୟ କଳା ଓ ସଂସ୍କୃତି ଚିତ୍ରିତ ଅଳଙ୍କାର ମଧ୍ୟ ବଜାରରେ ପ୍ରବେଶ କରାଇବାର ଯୋଜନା ରଖିଛୁ ବୋଲି ସେଙ୍କି ଜ୍ୱେଲର୍ସ ତରଫରୁ କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories