www.samajalive.in
Thursday, December 11, 2025
16.1 C
Bhubaneswar

ଜାତୀୟ କର୍କଟରୋଗ ସଚେତନତା ଦିବସ ପାଳିତ

ଆଠଗଡ: ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସ୍ୱାସ୍ଥ୍ୟ ସେକ୍ଟର ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ଶନିବାର ଜାତୀୟ କର୍କଟରୋଗ ସଚେତନତା ଦିବସ ଅବସରରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଛି। ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ସଚେତନତା ସଭାରେ କନ୍ଦରପୁର ସରପଞ୍ଚ ପରମାନନ୍ଦ ବେହେରା ଯୋଗଦେଇ ସଚେତନତା ଓ ସତର୍କତା ଅବଲମ୍ବନ ଦ୍ୱାରା ମନୁଷ୍ୟ ବହୁ ରୋଗରୁ ରକ୍ଷା ପାଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀ ଅସଲମ କର୍କଟ ରୋଗର ବିଭିନ୍ନ କାରଣ, ଲକ୍ଷଣ ଓ ଉପଲବ୍ଧ ଚିକିତ୍ସା ସେବା ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

କର୍କଟ ରୋଗ ୧୦୦ରୁ ଅଧିକ ପ୍ରକାରର ହୋଇଥିବା ବେଳେ ସେଥିମଧ୍ୟରୁ ମୁଖ ଗହ୍ୱର କର୍କଟ, ଜରାୟୁ କର୍କଟ, ସ୍ତନ୍ୟ କର୍କଟ, ରକ୍ତ, ଫୁସଫୁସ, ବୃକକ୍‍, ମଳଦ୍ୱାର, ହାଡ, ଚର୍ମ, ପ୍ରେଷ୍ଟେଟ ଓ ମସ୍ତିକ କର୍କଟ ଆମ ଦେଶରେ ବହୁଳ ଭାବେ ଦେଖା ଯାଇଥାଏ। ଏହି ରୋଗର ଲକ୍ଷଣ କୌଣସି ଘା’ ୨ସପ୍ତାହ ଧରି ନଶୁଖିବା ମାସଂ ବଢିବା ବଧିରା ଲାଗିବା, ପାଟି ଖୋଲିବାରେ ଅସୁବିଧା ହେବା, ଖାଦ୍ୟ ଢୋକିବାରେ କଷ୍ଟ ହେବା, ପାଟିରେ ଧଳା ଓ ନାଲି ଦାଗ ଦେଖାଯିବା, ପାଟି ଜଳାପୋଡା ହେବା, ହଠାତ୍‍ କଣ୍ଠ ପଡିଯିବା, ମଳଦ୍ୱାରରେ ବାରମ୍ବାର ରକ୍ତ ପଡିବା, ପେଟ ଛାତିରେ ନିୟମିତ ଅସ୍ୱଭାବିକ ଯନ୍ତ୍ରଣା ହେବା ଆଦି ଅନ୍ତର୍ଭୁକ୍ତ ଏପରି ଲକ୍ଷଣ ଦେଖାଗଲେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ଉପଯୁକ୍ତ ଚିକିତ୍ସା କରାଇବା ଆବଶ୍ୟକ। ଏହି କର୍କଟ ରୋଗର ପ୍ରାରମ୍ଭରେ ଚିହ୍ନଟ ହୋଇ ଉପଯୁକ୍ତ ଚିକିତ୍ସା କରାଇଲେ ଶତକଡା ୯୦ଭାଗ ରୋଗୀ ସୁସ୍ଥ ହୋଇପାରିବେ ବୋଲି ଶ୍ରୀ ଅସଲମ କହିଥିଲେ।

- Advertisement -

ଆମ ଦେଶରେ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁଟଖା, ପାନ, ଗୁଡାଖୁ, ବିଡି, ସିଗାରେଟ ସେବନ କରୁଥିବା ଲୋକ ମୁଖଗହ୍ୱର କର୍କଟ ରୋଗରେ ପୀଡିତ ହୋଇଥାନ୍ତି। ତେଣୁ ତମ୍ବାଖୁ ଆଦି ପଦାର୍ଥ ସେବନରୁ ବିରତ ରହିଲେ ମୁଖଗହ୍ୱର କର୍କଟ ରୋଗରୁ ଲୋକେ ରକ୍ଷା ପାଇବେ ବୋଲି ଶ୍ରୀ ଅସଲମ ପ୍ରକାଶ କରିଥିଲେ। ଏ ଦିଗରେ ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱରୋପ କରାଯାଇଥିଲା। ପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏ ସଂପର୍କୀତ ପ୍ଲାକାର୍ଡ ଓ ବ୍ୟାନର ଆଦି ଧରି ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀ, ଗାଁ କଲ୍ୟାଣ ସମିତିର ସଭ୍ୟ/ସଭ୍ୟା ଏବଂ କେତେକ ଗ୍ରାମବାସୀ କନ୍ଦରପୁର ଗ୍ରାମ ପରିକ୍ରମା କରିଥିଲେ। ସ୍ୱାସ୍ଥ୍ୟକର୍ମୀ ବିମଳା ସାହୁ, ଅଙ୍ଗନବାଡି କର୍ମୀ ହରପ୍ରିୟା ସେନାପତି, ମିନତୀ ସେନାପତି, ଆଶାକର୍ମୀ ରେବତୀ ନାଏକ, ସୁକାନ୍ତି ସାହୁ ଓ ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories