www.samajalive.in
Friday, December 12, 2025
23.1 C
Bhubaneswar

କୋହଲିଙ୍କ ପ୍ରତି ଅପଶବ୍ଦ ବ୍ୟବହାର କଲେ କ୍ଷତିରେ ପଡ଼ିବ ଅଷ୍ଟ୍ରେଲିଆ : ଷ୍ଟିଭ୍‌ ୱ

ମେଲବୋର୍ଣ୍ଣ : ଭାରତୀୟ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଘରୋଇ ଦଳ ବିପକ୍ଷରେ କ୍ରିକେଟ୍‌ ସିରିଜ୍‌ ଖେଳିବ। ଏହି ସିରିଜ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିବା (ସ୍ଲେଜିଂ) ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଖେଳାଳିଙ୍କ ପାଇଁ ମହଙ୍ଗା ପଡ଼ିବ ବୋଲି ମତ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ୱ।

ଆସନ୍ତା ୧୭ରେ ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହାପରେ ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ ଖେଳାଯିବ। ଡିସେମ୍ବର ୧୭ରୁ ଆଡିଲେଡ୍‌ରେ ପ୍ରଥମ, ଡିସେମ୍ବର ୨୬ରୁ ମେଲବୋର୍ଣ୍ଣରେ ଦ୍ବିତୀୟ, ଜାନୁଆରୀ ୭ରୁ ସିଡନୀରେ ତୃତୀୟ ଓ ଜାନୁଆରୀ ୧୫ରୁ ଗାବା​‌େ​‌ର ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କରି ଷ୍ଟିଭ୍‌ ୱ କହିଛନ୍ତି ସ୍ଲେଜିଂ କୋହଲିଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଅପରପକ୍ଷେ କୋହଲିଙ୍କୁ ସ୍ଲେଜିଂ କଲେ ସେ ଅଧିକ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରିବାର ସମ୍ଭାବନା ରହିଛି। ଏଥିସହ ଅନ୍ୟ ଭାରତୀୟ ଖେଳାଳିମାନେ ମଧ୍ୟ ଅଧିକ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସଶୀଳ ହେବେ। ତେଣୁ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳକୁ ସ୍ଲେଜିଂ କରିବାରୁ ଅଷ୍ଟ୍ରେଲିଆ କ୍ରିକେଟର୍‌ମାନେ ଦୂରେଇ ରହିବା ଉଚିତ୍‌। ସୂଚନାଥାଉକି ଗତଥର ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ବେଳେ ଟେଷ୍ଟ ସିରିଜ୍‌ ସମୟରେ ଅଷ୍ଟ୍ରେଲିଆ ଓ ଭାରତୀୟ ଖେଳାଳିଙ୍କ ମଧ୍ୟରେ ସ୍ଲେଜିଂକୁ ନେଇ ବିବାଦ ଦେଖା ଦେଇଥିଲା।

- Advertisement -

ଷ୍ଟିଭ୍‌ ୱ ଆହୁରି କହିଛନ୍ତି ଅଧିନାୟକ ଭାବେ କୋହଲି ଅଧିକରୁ ଅଧିକ ପରିପକ୍ବ ହୋଇ ଯାଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ସମୟରେ କୋହଲି ଭାରତୀୟ ଦଳକୁ ଉପଯୁକ୍ତ ଭାବେ ପରିଚାଳିତ କରିବେ। ଅଷ୍ଟ୍ରେଲିଆ ମାଟିରେ ସିିରିଜ୍‌ ଜିତିବାକୁ ଭାରତୀୟ ଦଳ ବ୍ୟଗ୍ର ଅଛି। ଏହାକୁ ଦୃଷ୍ଟିରେ ରଖି ଦୁଇ ଦଳ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ସିରିଜ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଷ୍ଟିଭ୍‌ ୱ ଆଶାବ୍ୟକ୍ତ କରିଛନ୍ତି।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories