www.samajalive.in
Friday, December 12, 2025
23.1 C
Bhubaneswar

୨୦୧ ଅଧ୍ୟାପକ ନିଯୁକ୍ତି ଜାଲିଆତି ପ୍ରସଙ୍ଗ : ମୁଖ୍ୟସଚିବ ଏବଂ ଗଣଶିକ୍ଷା ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧ଜଣ ଫୁଲ ଟାଇମ୍‍ ରିସୋର୍ସ ପର୍ସନ(ଏଫଟିଆରପି)ଙ୍କୁ ବିନା ଓପିଏସସି ଓ ଓଆରଭି ଆକ୍ଟରେ ଅଧ୍ୟାପକ ନିଯୁକ୍ତି ଦେବା ଏବେ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। ଯଦି ୧୫ଦିନ ମଧ୍ୟରେ ମୁଖ୍ୟଶାସନ ସଚିବ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ନିର୍ଦେଶନାମା ପାଳନ ନକରନ୍ତି; ତେବେ କୋର୍ଟ ପକ୍ଷରୁ ସ୍ୱୟକ୍ରିୟ ଭାବେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଦର୍ଶାଇଛନ୍ତି। ବୁଧବାର ଏସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରି ବିଚାରପତି ଶ୍ରୀ ରଥ ଏହି ନିର୍ଦେଶ ଦେଇଛନ୍ତି। ଏହାକୁ ନେଇ ମୁଖ୍ୟଶାସନ ସଚିବଙ୍କ ଦପ୍ତର ସହିତ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ପ୍ରକାର ଆଶଙ୍କା ଦେଖାଦେଇଛି।

ସୂଚନାଯୋଗ୍ୟ ଯେ ୨୦୧୬ରେ ୨୦୧ଜଣ ଏଫଟିଆରପିଙ୍କୁ ବେଆଇନ ଭାବେ ସିଧାସଳଖ ଅଧ୍ୟାପକ ଭଳି କନିଷ୍ଠ-୧ ବର୍ଗ ପଦରେ ନିଯୁକ୍ତି ଦିଆଯାଇଥିଲା। ସେଥିରେ କେତେକ ଅଧ୍ୟାପକଙ୍କଠାରେ ନିର୍ଦିଷ୍ଟ ଯୋଗ୍ୟତା ନଥିଲେ ହେଁ ତାଙ୍କୁ ବୈଷୟିକ ଅଧ୍ୟାପକ ଭାବେ ନିଯୁକ୍ତି ଦିଆଗଲା। ଏହାବାଦ୍‍ କେତେକ ଷ୍ଟାଫ୍‍ ସାର୍ଟିଫିକେଟ ବାହାର ବିଶ୍ୱବିଦ୍ୟାଳୟରୁ କିଣି ମଧ୍ୟ ଅଧ୍ୟାପକ ପଦରେ ନିଯୁକ୍ତ ହେଲେ। ଏନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କ ନିକଟରେ ଅଭିଯୋଗ ହେବା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ତଦନ୍ତ କରାଯାଇଥିଲା। ତତ୍କାଳୀନ ତଦନ୍ତ ଅଧିକାରୀ ତଥା ଏସସିଇଆରଟି ନିର୍ଦେଶକ ପ୍ରତାପଇନ୍ଦ୍ର ଦାଶ ଘଟଣାରେ ବହୁ ଅନିୟମିିତତା ଥିବାରୁ ସରକାରଙ୍କୁ କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତର କରିବା ଲାଗି ସୁପାରିସ କରିଥିଲେ। କେବଳ ଶ୍ରୀ ଦାଶ ନୁହନ୍ତି ତାଙ୍କ ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଆଉ ୨ଟି ପର୍ଯ୍ୟାୟରେ ତଦନ୍ତ ହେବା ସହିତ ବିଭାଗୀୟ ମନ୍ତ୍ରୀଙ୍କ ଅନୁମୋଦନ ପରେ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଶେଷ ହୋଇଛି। ହେଲେ ଦୀର୍ଘଦିନ ବିତି ଯାଇଥିଲେ ବି ବିଭାଗର କେତେକ ଅଧିକାରୀ ଜାଣିଶୁଣି ଏହି ନିର୍ଦେଶନାମାକୁ ବେଖାତିର କରି ଚାଲିଛନ୍ତି। ଏସଂକ୍ରାନ୍ତରେ ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଅଗଷ୍ଟ ୨୮ରେ ମୁଖ୍ୟସଚିବ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ ପକ୍ଷଭୁକ୍ତ କରି ୪୫ଦିନ ମଧ୍ୟରେ ମାମଲାକୁ ଫଇସଲା କରିବାକୁ ନିର୍ଦେଶ ଦେଇଥିଲେ।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories