www.samajalive.in
Friday, December 12, 2025
23.1 C
Bhubaneswar

ଜ୍ଞାନେନ୍ଦ୍ର ନିନ୍‌ଙ୍ଗୋବାମ୍‌ ହେଲେ ହକି ଇଣ୍ଡିଆ ସଭାପତି

ନୂଆଦିଲ୍ଲୀ : ମଣିପୁରର ଜ୍ଞାନେନ୍ଦ୍ର ନିନଙ୍ଗୋବାମ୍‌ ଶୁକ୍ରବାର ହକି ଇଣ୍ଡିଆର ନୂତନ ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ମହମ୍ମଦ ମୁସ୍ତାକ ଅହମ୍ମଦଙ୍କ ସ୍ଥାନରେ ଜ୍ଞାନେନ୍ଦ୍ର ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। କରୋନା ମହାମାରୀ କାରଣରୁ ଭିଡ଼ିଓ କନ୍‌ଫରେନସିଂରେ ଆୟୋଜିତ ବୈଠକରେ ବିଭିନ୍ନ ରାଜ୍ୟ ୟୁନିଟ୍‌ର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଏଥିରେ ସଭାପତି ଭାବେ ଜ୍ଞାନେନ୍ଦ୍ରଙ୍କୁ ବିନା ପ୍ରତିରୋଧରେ ବିଭିନ୍ନ କର୍ମକର୍ତ୍ତା ମାନେ ସମର୍ଥନ କରିଥିଲେ। ଜ୍ଞାନେନ୍ଦ୍ର ଉତ୍ତରପୂର୍ବ ରାଜ୍ୟରୁ ପ୍ରଥମ ବ୍ୟକ୍ତି ଭା​‌େ​ବ ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ହକି ଇଣ୍ଡିଆ ଓ କ୍ରୀଡ଼ା ମନ୍ତ୍ରାଳୟ ମଧ୍ୟରେ ବିବାଦ କାରଣରୁ ଗତ ଜୁଲାଇରେ ଅହମ୍ମଦ ହକି ଇଣ୍ଡିଆର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଅହମ୍ମଦ ୨୦୧୮ ନିର୍ବାଚନରେ ଜାତୀୟ କ୍ରୀଡ଼ା ନୀତିକୁ ଅବମାନନା କରିଥିଲେ। ଫଳରେ କ୍ରୀଡ଼ା ମନ୍ତ୍ରାଳୟ ସଭାପତି ପଦକୁ ରଦ୍ଦ କରିବା ସହିତ ତୁରନ୍ତ ନୂତନ ସଭାପତି ନିର୍ବାଚିତ କରିବାକୁ ହକି ଇଣ୍ଡିଆକୁ ପରାମର୍ଶ ଦେଇଥିଲେ। ଅହମ୍ମଦ ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ହକି ଇଣ୍ଡିଆ ସାଧାରଣ ସମ୍ପାଦକ ରହିଥିବାବେଳେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ ନିର୍ବାଚନରେ ଜାତୀୟ କ୍ରୀଡ଼ା ନିୟମକୁ ଅବମାନନା କରି ପୁନର୍ବାର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ନିୟମ ଅନୁସାରେ ୨ଥରରୁ ଅଧିକ ଜଣେ ବ୍ୟକ୍ତି ପଦରେ ରହିପାରିବେ ନାହିଁ। ଜ୍ଞାନେନ୍ଦ୍ର ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories