www.samajalive.in
Friday, December 12, 2025
27.1 C
Bhubaneswar

ଅର୍ଣ୍ଣବଙ୍କୁ ଶିଷ୍ଟାଚାର ରକ୍ଷାପାଇଁ କହିଲେ ବିଚାରପତି

ମୁମ୍ବଇ : ଜଣେ ଅଭିଯୁକ୍ତ ଭଳି ବ୍ୟବହାର ପ୍ରଦର୍ଶନ ପୂର୍ବକ ଶିଷ୍ଟାଚାର ରକ୍ଷା କରିବା ଲାଗି ଅଲିବାଗ କୋର୍ଟ ବିଚାରପତି ସୁନାଇନା ପିଙ୍ଗାଲେ ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ତାଗିଦା କରିଛନ୍ତି। ବୁଧବାର ସକାଳେ ଅର୍ଣ୍ଣବଙ୍କୁ ଗିରଫ ପରେ ସନ୍ଧ୍ୟାରେ କୋର୍ଟରେ ହାଜର କରାଯାଇଥିଲା। ଏହାର ଶୁଣାଣି ସମୟରେ ଅର୍ଣ୍ଣବଙ୍କ ବ୍ୟବହାରକୁ ନେଇ ବିଚାରପତି କ୍ଷୁବ୍ଧ ହୋଇଥିଲେ। ଅର୍ଣ୍ଣବ ବିିଚାରପତିଙ୍କ ​‌ପୋଡିୟମ ଉପରେ ଚଢ଼ିବାକୁ ଚେଷ୍ଟା କରିଥିଲେ। କୋଭିଡ କଟକଣା ନିମନ୍ତେ ରହିଥିବା ପ୍ଲାଷ୍ଟିକ ପାର୍ଟିସନ (ବିଭାଜନ)ର ଅପର ପାର୍ଶ୍ବରେ ରହିବାକୁ ଅର୍ଣ୍ଣବଙ୍କୁ ବିଚାରପତି କହିଥିଲେ। ଅର୍ଣ୍ଣବ ନିଜର କ୍ଷତ ଦେଖାଇବାକୁ ବାରମ୍ବାର ଟେବୁଲ ନିକଟକୁ ଆସିବାକୁ ଚେଷ୍ଟା କରିଥିଲେ। ତାଙ୍କ ଓକିଲ ପକ୍ଷ ରଖୁଥିବାବେଳେ ମଧ୍ୟ ଅର୍ଣ୍ଣବ ପୁନର୍ବାର ହାତ ହଲାଇ କହିବାକୁ ଚେଷ୍ଟା କରିଥିଲେ।

ସେତେବେଳେ ବିଚାରପତି ତାଙ୍କୁ ଶିଷ୍ଟାଚାର ରକ୍ଷା କରିବାକୁ କହିଥିଲେ। ପୁଲିସ ନିର୍ଯାତନା ସମ୍ପର୍କରେ ମେଡିକାଲ ଅଫିସରଙ୍କୁ ବିଚାରପତି ପ୍ରଶ୍ନ କରୁଥିବାବେଳେ ଅର୍ଣ୍ଣବ ପୁନର୍ବାର ଏଥିରେ ବ୍ୟାଘାତ ସୃଷ୍ଟି କରିବା ସହ ଡାକ୍ତର ମିଛ କହୁଛନ୍ତି ବୋଲି କହିଥିଲେ। ବିଚାରପତି କହିଥିଲେ ଯେ ଏପରି ବ୍ୟବହାର ପ୍ରଦର୍ଶନ କଲେ ତୁମକୁ (ଅର୍ଣ୍ଣବ) କୋର୍ଟରୁମରୁ ବାହାର କରିଦିଆଯିବ। ପରେ ଅର୍ଣ୍ଣବ ନିରବ ରହିଥିଲେ। କୋର୍ଟ ଶୁଣାଣିକୁ ଅର୍ଣ୍ଣବଙ୍କ ପତ୍ନୀ ଶାମ୍ୟବ୍ରତା ଅଡିଓ ରେକର୍ଡିଂ କରୁଥିବାରୁ ବିଚାରପତି ତାଙ୍କୁ ମଧ୍ୟ ଗାଳି କରିଥିଲେ। ଶୁଣାଣି ସମୟରେ କୋର୍ଟ ରୁମ୍‌ରେ ଉପସ୍ଥିତ ଥିବା ବିଜେପି ବିଧାୟକ ରାହୁଲ ନର୍ଭେକରଙ୍କୁ ମଧ୍ୟ ବିଚାରପତି ଚାଲିଯିବାକୁ କହିଥିଲେ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories