www.samajalive.in
Friday, December 12, 2025
27.1 C
Bhubaneswar

​ଜାଣନ୍ତୁ, ଚତୁଃମାସ୍ୟାରେ କେଉଁ ଖାଦ୍ୟ ଖାଇବା ଅନୁଚିତ

ଆଜି ଠାରୁ ଚତୁଃମାସ୍ୟା ଆରମ୍ଭ ହେଉଛି। ଏହି ମାସର ଅର୍ଥ ଭଗବାନ ଆଜି ଠାରୁ ଚାରି ମାସ ପର୍ଯ୍ୟନ୍ତ ଆରାମ କରିଥାନ୍ତି। ଏହି ଚତୁଃମାସ ଦେବଶୟନୀ ଏକାଦଶୀ ଦିନ ଠାରୁ ଆରମ୍ଭ ହୋଇଥାଏ। ଭଗବାନ ବିଷ୍ଣୁ ଏହି ଦିନ ଠାରୁ ପାତାଳପୁରୀରେ ଶୟନ କରିଥାନ୍ତି। କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଭଗବାନ ପୂନଃ ମର୍ତ୍ତ୍ୟପୁରୀକୁ ଫେରିଥାନ୍ତି। ହିନ୍ଦୁ ଧର୍ମରେ ଏହି ଚାରି ମାସର ଅନେକ ମହତ୍ତ୍ୱ ରହିଛି।ଭଗବାନ ଶୟନ କରିବାରୁ ଅନେକ ଦୃଷ୍ଟ ଶକ୍ତି ସକ୍ରିୟ ହୋଇଯାଆନ୍ତି। ପୁରାଣ ଅନୁସାରେ ଏହି ଚାରି ମାସରେ ଅଧିକ ପୂଜା ପାଠ କରିବାକୁ କୁହାଯାଇଛି। ଚତୁଃମାସ୍ୟାରେ ଅନେକ ଖାଦ୍ୟ ଉପରେ ମଧ୍ୟ ବାରଣ କରାଯାଇଛି। ଆସନ୍ତୁ ଜାଣିବା ଏହି ମାସରେ କେଉଁ ଖାଦ୍ୟ ଖାଇବା ଅନୁଚିତ ..ଚତୁଃମାସ୍ୟାରେ ତେଲ, ଦହି ସହିତ ଭାତ ଖାଇବାକୁ ବାରଣ କରାଯାଇଛି। ଏହା ସହିତ ମୂଳା, ବାଇଗଣ, ଆଳୁ, ଛତୁ ଇତ୍ୟାଦି ମଧ୍ୟ ଖାଆନ୍ତୁ ନାହିଁ। ଏହିଦିନ ସାତ୍ତ୍ୱିକ ଖାଦ୍ୟ ଖାଇବା ଉଚିତ। ଚତୁଃମାସ୍ୟାରେ ଭଗବାନ ବିଷ୍ଣୁ କ୍ଷୀର ସାଗରରେ ବିଶ୍ରାମ କରିଥାନ୍ତି। ମା’ ଲକ୍ଷ୍ମୀ ତାଙ୍କର ସେବା କରିଥାନ୍ତି। ମା’ ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସହିତ ମନ୍ତ୍ର ପାଠ କରିବା ଉଚିତ।
ପୌରାଣିକ ମାନ୍ୟତା ଅନୁସାରେ ଏହି ଚତୁଃମାସରେ କୌଣସି ଶୁଭ କାମ କରାଯାଇ ନଥାଏ। ଏପରି କରିବା ଦ୍ୱାରା କୁଶକ୍ତି ଘରେ ବାସ କରିଯାଆନ୍ତି।

Hot this week

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

Related Articles

Popular Categories