www.samajalive.in
Friday, December 12, 2025
14.1 C
Bhubaneswar

ଚର୍ଚ୍ଚାରେ ରଣବୀର୍‍-ଆଲିଆ ସମ୍ପର୍କ : ଏ ନେଇ ଋଷୀ କପୁରଙ୍କ ପ୍ରତିକ୍ରିୟା

ଆଲିଆ ଭଟ୍ଟ ଓ ରଣବୀର୍‍ କପୁର ଚଳିତ ଦିନରେ ବୁଲ୍‍ଗାରିଆରେ ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି। ଦୁହିଁଙ୍କ ସମ୍ପର୍କକୁ ନେଇ ଏହି ଦିନ ମାନଙ୍କରେ ବହୁ ଚର୍ଚ୍ଚା ଚାଲିିଛି। ଦୁଇ ପରିବାର ମଧ୍ୟରେ ସମ୍ପର୍କ ମଧ୍ୟ ଘନିଷ୍ଠ ହେବାରେ ଲାଗିଛି। ରଣବୀର୍‍-ଆଲିଆଙ୍କ ସମ୍ପର୍କକୁ ନେଇ ଋଷୀ କପୁରଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ଏକ ସାକ୍ଷାତକାରରେ ସେ କହିଛନ୍ତି, “ଏ ବିଷୟରେ ସମସ୍ତଙ୍କୁ ଜଣାଅଛି। ତେଣୁ ମୋତେ କିଛି କହିବାକୁ ପଡ଼ିବ ନାହିଁ। ରଣ୍‍ବୀରଙ୍କର ବର୍ତ୍ତମାନ ବିବାହ ବୟସ। ମୁଁ ୨୭ ବର୍ଷ ବୟସରେ ବିବାହ କରିଥିଲି, ରଣବୀର୍‍ଙ୍କୁ ୩୫ ବର୍ଷ ହେଲାଣି। ତେଣୁ ଏବେ ତାଙ୍କୁ ବିବାହ ବିଷୟରେ ଚିନ୍ତା କରିବା ଆବଶ୍ୟକ। ସେ ତାଙ୍କ ପସନ୍ଦର ଯେ କୌଣସି ଝିଅକୁ ବିବାହ କରିପାରିବେ ଆମର ସେ ନେଇ କୌଣସି ଆପତ୍ତି ନାହିଁ। ମୁଁ ଏ ଦୁନିଆରୁ ଯିବା ପୂର୍ବରୁ ମୋ ନାତି ନାତୁଣୀଙ୍କୁ ଦେଖି ତାଙ୍କ ସହ ଖେଳିବାକୁ ଚାହୁଁଛି।”
ସେ ପୁନର୍ବାର କହିଛନ୍ତି, “ରଣବୀର୍‍ ହୁଅନ୍ତୁ କିମ୍ବା ଅନ୍ୟ କୌଣସି ଅଭିନେତା, ସେମାନେ ନିଜ କାମରେ ଅଧିକ ଧ୍ୟାନ ଦେଇଥା’ନ୍ତି। ସେମାନେ କେବଳ ଅଭିନେତ୍ରୀ ମାନଙ୍କ ସହ ଅଧିକ ମିଶି ଥାଆନ୍ତି। ସେମାନେ ଅଧିକ ବାହାର ଲୋକଙ୍କ ସଂସ୍ପର୍ଶରେ ଆସି ନଥା’ନ୍ତି। ଏହା ଚଳଚ୍ଚିତ୍ର କଳାକାର ମାନଙ୍କର ବାସ୍ତବତା ହୋଇଥାଏ।”
ପୁଅ ସହ ବିବାହକୁ ନେଇ କଥା ହୁଅନ୍ତି କି ନାହିଁ? ଏ ବିଷୟରେ ଋଷୀଙ୍କୁ ପ୍ରଶ୍ନ କଲେ ସେ କୁହନ୍ତି, “ମୁଁ ଏ ନେଇ ତାଙ୍କ ସହ ଅଧିକ କଥା ହୁଏ ନାହିଁ। ମୋ ପତ୍ନୀ ତାଙ୍କୁ ଏ କଥା ପଚାରିବା ମାତ୍ରେ ସେ ବିଭିନ୍ନ କାରଣ ଦେଖାଇ ଖସି ପଳାନ୍ତିି। ଯେତେବେଳେ ରଣବୀର୍‍ ବିବାହ ପାଇଁ ସମ୍ମତି ପ୍ରକାଶ କରିବେ ଆମେ ବହୁତ ଖୁସି ହେବୁ।”

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories