www.samajalive.in
Saturday, December 6, 2025
26.1 C
Bhubaneswar

ଧାନଗଦା ସହ ଜଳିଗଲା ଟ୍ରାକ୍ଟର ଓ ଧାନ ମିଲ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡା‌ହାଣ୍ଡି ବ୍ଲକ୍ ଅନ୍ତର୍ଗତ ତୁମ୍ଵର୍ଲା ଗ୍ରାମର ଶେଷାନନ୍ଦ ସାହୁଙ୍କ ୬ ଏକର ଜମିରେ ଧାନ ଚାଷ କରି ନିଜ ଖଳାରେ ଧାନ ଗଦା କରି ରଖିଥିଲେ। ଆଜି ପାଗ ଶୁଖିଲା ଦେଖି ଶେଷାନନ୍ଦ ଘର ଖଳାରେ ଥିବା ଧାନ ଗଦାରୁ ଧାନ ମିଲିଂ କରିବାକୁ ଏକ ଧାନ ମିଲିଂ ଟ୍ରାକ୍ଟର ଆଣିଥିଲେ। ଧାନ ମିଲିଂ କରୁଥିଵା ସମୟରେ ହଠାତ୍ ଟ୍ରାକ୍ଟରର ସାଇଲେନ୍ସରରୁ ଧୁଆଁ ବାହାରିଵା ପରେ ନିଆଁ ଲାଗିଥିଲା ଓ ପରେ ପରେ ଖଳାରେ ଥିବା ଧାନଗଦାରେ ନିଆଁ ଲାଗି ହୁତୁ ହୁତୁ ହୋଈ ଜଳୁଥିବା ଗାଁ ଲୋକେ ଦେଖିଥିଲେ। ନିଆଁର ପ୍ରକୋପ ଏତେ ପରିମାଣର ଥିଲା ଯେ ଦେଖୁ ଦେଖୁ ଟ୍ରାକ୍ଟର ଏବଂ ଧାନ ମିଲ ସମ୍ପୂର୍ଣ ଭାବେ ଜଳିବାକୁ ଲାଗିଲା। ନିଆକୁ ଆୟତ୍ତ କରିବାକୁ ଗାଁ ଲୋକେ ସାହାସ ଜୁଟାଇ ପାରିନଥିଲେ। ପରେ ଗାଁ ଲୋକେ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କୁ ଡାକି ନିଆଁ କୁ ଆୟତ୍ତ କରିବାକୁ ସଫଳ ହୋଇଥିଲେ। ଧାନ ମଧ୍ୟ ଜଳିପଡି ନଷ୍ଟ ହୋଇଯାଇଛି।କିନ୍ତୁ ପଡିଥିବା ଧାନ ର ମୁଲ୍ୟ କେତେ ହେଵ ସମ୍ପୁର୍ଣ୍ଣ ଭାବେ ଜଣାପଡ଼ିନାହିଁ। ଉକ୍ତ ଟ୍ରାକଟର ଟି ସମ୍ପୁର୍ଣ୍ଣ ଭାବରେ ପଡିଯାଇଥିବା ବେଳେ ଡ୍ରାଇଵର ଓ କିଛି କାମ କରୁଥିବା ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories