www.samajalive.in
Saturday, December 6, 2025
23.1 C
Bhubaneswar

ସେମଳାରେ ଖଲିପତ୍ର ମେସିନ୍‍ ୟୁନିଟ୍‍ ଉଦ୍‍ଘାଟିତ, ମହିଳା ଏସଏଚଜିକୁ ସ୍ୱାବଲମ୍ବୀ ପାଇଁ ଗୁରୁତ୍ୱ

ନବରଙ୍ଗପୁର: ନବରଙ୍ଗପୁର ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ଅଧିକ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପ ମାଧ୍ୟମରେ ପାପଡାହାଣ୍ଡି ବ୍ଳକର ସେମଳା ଗ୍ରାମରେ ଖଲିପତ୍ର ସିଲେଇ ମେସିନ ୟୁନିଟର ଶୁଭାରମ୍ଭ କରାଯାଇଛି। ଜୀବ ବିଜ୍ଞାନ ସଂସ୍ଥାନ ଓ କିସ୍‍ ଦ୍ୱାରା ଏହି ୟୁନିଟକୁ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଓ ଜୀବ ବିଜ୍ଞାନ ସଂସ୍ଥାନ, ଭୂବନେଶ୍ୱରର ନିର୍ଦ୍ଦେଶକ ପଦ୍ମଶ୍ରୀ ଡଃ.ଅଜୟ ପରିଡା ମଳିତଭାବେ ଉଦ୍‍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାପାଳ ଡଃ.ମିଶ୍ର ମହିଳା ମାନେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କର ପାଇଁ ଉଦାହରଣ ହେବା ପାଇଁ ଆହ୍ୱାନ ଦେଇଥିଲେ।ସଂସ୍ଥାନର ନିର୍ଦ୍ଦେଶକ ଡଃ.ପରିଡା ସ୍ଥାନୀୟ ଜୈବ ସଂପଦକୁ ବ୍ୟବହାର କରି ସ୍ୱୟଂ ସହାୟକ ଗୋଷ୍ଠି ଆତ୍ମ ନିର୍ଭରଶୀଳ କରିବା ଦିଗରେ ଏହା ଏକ ମଡେଲ ଭାବେ ନିଆଯାଇଛି। ଆସନ୍ତା ଦିନ ମାନଙ୍କରେ ଅନ୍ୟସ୍ଥାନରେ ମଧ୍ୟ ଏହାକୁ ରୂପାନ୍ତରିତ କରାଯାଇ ପାରିବ ବୋଲି ସେ କହିଥିଲେ। ଏହି ଅବସରରେ ୨୫ଟି ସିଲେଇ ମେସିନକୁ ମାତୃକୃପା, ମାଲକ୍ଷ୍ମୀ ଓ ଜୟଶ୍ରୀରାମ ମହିଳା ସ୍ୱୟଂ ସହାୟକ ଦଳର ସଦସ୍ୟମାନଙ୍କୁ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓରମାସର ଉପକାର୍ଯ୍ୟନିର୍ବାହୀ ଏ.ଉମା ମହେଶ, ଅମିତାଭ ରାଉତରାୟ, ଡଃ.ରାଜୀବ ସ୍ୱାଇଁ, ବିଜ୍ଞାନ ଓ କାରିଗରୀ କୈାଶଳ ପ୍ରକଳ୍ପର କ୍ରିୟାନ୍ୱୟନ କମିଟି ସଭ୍ୟ ଲକ୍ଷ୍ମୀନାରାୟଣ ବକ୍ସି ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories