www.samajalive.in
Saturday, December 6, 2025
15.1 C
Bhubaneswar

କମ୍ପାନୀର ମନମୁଖୀ କାରବାର; ଓଭର ବର୍ଡନ ମାଟି ଉପରେ ପାଉଁଶ ଡମ୍ପିଂକୁ ବୁଧିଆପାଲି ଗ୍ରାମବାସୀଙ୍କ ପ୍ରତିବାଦ

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ର ଖିଣ୍ଡା ପଞ୍ଚାୟତ ରେ ଥିବା ଏନ୍ଏଲ୍ସି କମ୍ପାନୀର କୋଇଲା ଖଣିରୁ ନିର୍ଗତ ମାଟି ବୁଧିଆପାଲି ଗ୍ରାମ ପାଖରେ ଡମ୍ପିଂ କରାଯାଉଛି। ମାଟି ଡମ୍ପିଂକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରଥମରୁ ଅସନ୍ତୋଷ ରହିଥିବା ବେଳେ ଆଜି କୋଇଲା ଖଣିରୁ ନିର୍ଗତ ଓଭର ବର୍ଡନ ମାଟି  ପହାଡ ଉପରେ ପାଉଁଶ ଡମ୍ପିଂ କରି ମାଟିକୁ ଢାଙ୍କିବା ପ୍ରକ୍ରିୟା ଆରମ୍ଭ କରାଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପାଉଁଶ ଗୁଣ୍ଡ ଉଡି ଆଖପାଖ ଜମିରେ ଚାଷ ହୋଇଥିବା ପନିପରିବା ଉପରେ ପଡି କଳା ଆସ୍ତରଣ ଜମାଟ ବାନ୍ଧି ଫସଲ ନଷ୍ଟ ହେଉଥିବାର ଅଭିଯୋଗ କରି ଗ୍ରାମବାସୀମାନେ ଏକତ୍ରିତ ହୋଇ  ଡମ୍ପିଂ କାମ ବନ୍ଦ କରିଦେଇଥିଲେ। ଖବର ପାଇ ଠେଲକୁଲି ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଅସନ୍ତୁଷ୍ଟ ଗ୍ରାମବାସୀଙ୍କୁ ବୁଝାସୁଝା କରି ଶାନ୍ତ କରିବା ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଜନସାଧାରଣଙ୍କ ମାଟି ଉପରେ ପାଉଁଶ ଡମ୍ପିଂ ନକରିବାକୁ ପରାମର୍ଶ ଦେବା ସହିତ ଡମ୍ପିଂ ହୋଇଥିବା ପାଉଁଶ ଯେପରି ପବନରେ ନ ଉଡେ ସେଥିପାଇଁ ତା’ଉପରେ ମାଟି ଢାଙ୍କି ଦେବାକୁ  ନିର୍ଦ୍ଦେଶ ଦେଇଥିବା ଠେଲକୁଲି ଆଇଆଇସି ସୁରିବାବୁ ଛତ୍ରିଆଙ୍କ ଠାରୁ ପ୍ରାପ୍ତ ସୂଚନାରୁ ପ୍ରକାଶ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories