www.samajalive.in
Monday, December 15, 2025
16.1 C
Bhubaneswar

ମନ୍ଥର ଗତିରେ ଚାଲିଛି ସିମୁଳି ନାଳ ସେତୁ , ବଢୁଛି ଜନ ଅସନ୍ତୋଷ

ପାଟଣା : ୨୨୦ ନମ୍ବର ଜାତୀୟ ରାଜପଥ ରୁ ପାଟଣା ବଜାର କୁ ସଂଯୋଗ କରୁଥିବା ପାଟଣା – ଢେଙ୍କିକୋଟ ରାସ୍ତା ର ସିମୁଳି ନାଳ ସେତୁ ନିର୍ମାଣ କାର୍ୟ୍ୟ ବିଳମ୍ବ ଯୋଗୁଁ ଜନଅସନ୍ତୋଷ ବୃଦ୍ଧି ପାଉଥିବା ଦେଖାଯାଉଛି । ଏହି ସେତୁ ନିର୍ମାଣ ପାଇଁ ତୃଟିପୂର୍ଣ୍ଣ ଡାଇଭରସନ କାରଣରୁ ବାରମ୍ବାର ଏଠାରେ ଯାନବାହାନ ଦୁର୍ଘଟଣା ଗ୍ରସ୍ଥ ହେଉଛି । ବର୍ଷା ଦିନେ ଏହି ଡାଇଭରସନ ରେ ଗୋଟିଏ ଧାନ ବୋଝେଇ ଟ୍ରକ ଭାସି ଯାଇଥିବା ବେଳେ ଏହାର କିଛି ଦିନ ବ୍ୟବଧାନ ରେ ଦୁଇଟି କାର ମଧ୍ୟ ଏହି ନାଳକୁ ଖସି ପଡିଥିଲା । ଡାଇଭରସନ୍ ଟି ନିଚ୍ଚା,ବୁଲାଣି ଓ ଅଣ ଓସାରିଆ ରହିବା ସହ କ୍ରମାଗତ ବ୍ୟବଧାନ ରେ ଏହା ମରାମତି ହେଉ ନଥିବାରୁ ନିୟମିତ ବ୍ୟବଧାନରେ ଏଠାରେ ଛୋଟମୋଟ ଦୁର୍ଘଟଣା ଘଟୁଛି । ପୂର୍ତ୍ତବିଭାଗ ଦ୍ବାରା ୨୦୧୮ ଜୁନ ୧୦ ତାରିଖରେ ଏହା ତତ୍କାଳୀନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ତତ୍କାଳୀନ ପାଟଣା ବିଧାୟକ ହୃଷୀକେଶ ନାଏକ ଶିଳାନ୍ୟାସ ହୋଇଥିଲା । ଶିଳାନ୍ୟାସ ର ଦୁଇ ବର୍ଷ ରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏହି ସେତୁ କାମ ଆଜି ପର୍ୟ୍ୟନ୍ତ ପୂର୍ଣ୍ଣାଙ୍ଗ ହୋଇ ପାରୁନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories