www.samajalive.in
Sunday, December 14, 2025
19.1 C
Bhubaneswar

ଘର ଭାଙ୍ଗିଦେଲା ପ୍ରଶାସନ, ମିଳିନି ଭତ୍ତା କି ରେସନ କାର୍ଡ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୋଲାପୀ

ବଲାଙ୍ଗିର: ଜବରଦଖଲ ଉଚ୍ଛେଦ ସମୟରେ ଘର ଭାଙ୍ଗି ଦେଲା ପ୍ରଶାସନ। ଏବେ କୁଆଡେ ଯିବେ ଦୁହେଁ ସ୍ୱାମୀ,ସ୍ତ୍ରୀ। ଦୁହେଁ ବୟସର ସାୟାହ୍ନରେ ପହଞ୍ଚିଥିବା ବେଳେ ବେଘର ହୋଇଯାଇଛନ୍ତି। ତାଙ୍କ ଦୁଃଖ, ରହିଥିବା ସମସ୍ୟାକୁ ଜିଲା ପ୍ରଶାସନର ବଡ ବଡିଆ ବାବୁଙ୍କଠାରେ ଜଣାଇଥିଲେ। ହେଲେ ସାଧାରଣ ଅସହାୟ, ଗରିବ ଲୋକଙ୍କ କଥା ବୁଝିବା ପାଇଁ ସେମାନଙ୍କ ସମୟ କାହିଁ। ପୌର କାର୍ଯ୍ୟାଳୟରୁ ଜିଲାପାଳଙ୍କ କାର୍ଯ୍ୟାଳୟର ଚକ୍କର କାଟିବା ପରେ ବେଶ ଥକିପଡିଲେ। ଶେଷରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା  ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଆଶ୍ରୟ ନେଇଛନ୍ତି ୬୫ ବର୍ଷୀୟ ବୃଦ୍ଧା ଗୋଲାପୀ ମେହେର। ସେ ଜଣେ ଭୂମିହୀନ ହୋଇଥିବା ବେଳେ ବଲାଙ୍ଗିର ସହରରେ ଦୀର୍ଘ ୩୦ ବର୍ଷ ହେଲା ରହି ଆସୁଛନ୍ତି। କାମ କହିଲେ ଜଙ୍ଗଲଜାତ ଶାଳ ପତ୍ରରେ ତିଆରି ଖଲି, ଦନା ବିକ୍ରି କରନ୍ତି। ଟିକ୍ରାପଡାରେ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ତାଙ୍କ ଘର ମଧ୍ୟ ଭାଙ୍ଗା ଯାଇଥିଲା। ଏବେ ସେମାନେ ରହିବେ କେଉଁଠି ବୋଲି ପ୍ରଶ୍ନ କରିଛନ୍ତି। ଏହା ସହ ତାଙ୍କୁ ତାଙ୍କ ନ୍ୟାୟ ଭାବେ ଥଇଥାନ କରା ନଯିବା ଯାଏଁ ସେଠାରେ ରହିବେ ବୋଲି କହିଛନ୍ତି। ଏପରିକି ପ୍ରତିମୂର୍ତ୍ତି ପରିସରରେ ରୋଷେଇ କରି ରହୁଥିବା ବେଳେ ଶୋଇ ରହୁଛନ୍ତି। କେବଳ ଏତିକିରେ ତାଙ୍କ ସମସ୍ୟା ସରିନି। ଦୀର୍ଘ ଦିନ ହେଲା ଚାଉଳ କାର୍ଡ ମିଳିନଥିବା ବେଳେ ଭତ୍ତା ମଧ୍ୟ ମିଳିନି। ପୌରପାଳିକାରେ ଥିବା ବିଭାଗୀୟ ଅଧିକାରୀଙ୍କ ପାଖକୁ ଦୌଡ ଦୌଡି ବୃଦ୍ଧାବସ୍ଥାରେ ନୟାନ୍ତ ହୋଇ ସାରିଥିବା ବେଳେ କେବେ ମିଳିବ ତାହା ମଧ୍ୟ ଗ୍ୟାରେଣ୍ଟି ନାହିଁ ବୋଲି ସେ ଅଭିଯୋଗ କରନ୍ତି। ତେବେ ଭୂମିହୀନ ତଥା ସର୍ବଶ୍ୱାନ୍ତ ହରେଇଥିବା ମଣିଷ ଯେ, ଏଠି ପଡି ରହିଛି ତାହା ଜିଲା ପ୍ରଶାସନ ହୃଦବୋଧ କରିବା ଆବଶ୍ୟକ ବୋଲି ସଚେତନ ମହଲରେ ମତପ୍ରକାଶ ପାଉଛି। ତେବେ ଗୋଲାପୀଙ୍କ ଦୁଃଖ ଜିଲାପାଳ କେବେ ଶୁଣୁଛନ୍ତି ତାହା କେବଳ ଦେଖିବାକୁ ବାକି ରହିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories