www.samajalive.in
Sunday, December 14, 2025
16.1 C
Bhubaneswar

ଦୀପାବଳିରେ ମିଠା

ଆବଶ୍ୟକ ସାମଗ୍ରୀ
ବ୍ରେଡ଼ – ୫ଟି
କ୍ଷୀର – ଆବଶ୍ୟକ ପରିମାଣରେ
ଚିନି – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ଅଳ୍ପ
କାଜୁ ଓ କିସମିସ – ଆବଶ୍ୟକ ପରିମାଣରେ
ପ୍ରସ୍ତୁ୍‍ତି ପ୍ରଣାଳୀ – ପ୍ରଥମେ ପାଉଁରୁଟିର ମାଟିଆ ଅଂଶକୁ କାଢି ଦିଅନ୍ତୁ। ଏବେ ଏକ ପାତ୍ରରେ ପାଉଁରୁଟିର ଧଳା ଅଂଶ ଓ କ୍ଷୀର ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ଭଲ ଭାବେ ଚକଟିବା ପରେ ହାତରେ ବଲ ଆକୃତିର କରି ଏହାର ମଝିରେ ସାମାନ୍ୟ ଖାଲ କରି ଗୋଟିଏ କାଜୁ ଓ କିସମିସ ଭରି ଦିଅନ୍ତୁ। ବର୍ତ୍ତମାନ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରି ଗଢିଥିବା ବଲ୍‍ ଆକୃତିର ପାଉଁରୁଟିକୁ ଛାଣି ଦିଅନ୍ତୁ। ଏହାପରେ ସିରା ପ୍ରସ୍ତୁତ କରିବା ପାଇଁ ଗ୍ୟାସରେ ଆଉ ଏକ ପାତ୍ର ବସାଇ ଏକ କପରୁ ସାମାନ୍ୟ କମ ଚିନି ଓ ପାଣିରେ ଗରମ କରନ୍ତୁ। ସିରା କିଛି ସମୟ ଫୁଟିବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏବେ ଏଥିରେ ଛାଣିଥିବା ବ୍ରେଡ଼କୁ ସିରାରେ ପକାଇ କିଛି ସମୟ ରଖି ଏକ ପାତ୍ରକୁ କାଢି ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା ବ୍ରେଡ଼ ଗୁଲାବ ଜାମୁନ୍।
କରଞ୍ଜି କାକରା
ଆବଶ୍ୟକ ସାମଗ୍ରୀ
ମଇଦା – ଆବଶ୍ୟକ ପରିମାଣରେ
ସୁଜି – ଅଳ୍ପ
ଘିଅ – ଆବଶ୍ୟକ ପରିମାଣରେ
ନଡ଼ିଆ କୋରା – ଆବଶ୍ୟକ ପରିମାଣରେ
ଚିନି – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ମଇଦା, ସୁଜି, ଘିଅ ଓ ଅଳ୍ପ ପାଣି ମିଶାଇ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ। ଭଲ ଭାବେ ଚକଟିବା ପରେ ଏହାକୁ ଗୋଲ ଆକାରର ଗୁଳା କରନ୍ତୁ। ଏହି ଗୁଳାକୁ ଛୋଟ ପୁରି ଆକାରର ବେଲି ଦିଅନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ନଡ଼ିଆ କୋରା, ଗୁଜୁରାତି ଗୁଣ୍ଡ, ଚିନି ପକାଇ ଭଲ ଭାବେ ଭାଜି ପୁର ପ୍ରସ୍ତୁତ କରନ୍ତୁ। ପୁର ପ୍ରସ୍ତୁତ କରିବା ପରେ ଏକ ପାତ୍ରକୁ କାଢି ଥଣ୍ଡା କରନ୍ତୁ। ଏହାପରେ ବେଲି ଥିବା ପୁରି ମଧ୍ୟରେ ଏହି ପୁରକୁ ଭର୍ତ୍ତି କରି କାକରା ଭଳି ଆକୃତିର କରି ଶେଷ ଭାଗକୁ ମୋଡ଼ି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରି ଏହି କାକରାକୁ ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା କରଞ୍ଜି କାକରା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories