www.samajalive.in
Monday, December 8, 2025
14.1 C
Bhubaneswar

ଆରଡି ପୁଲିସ ପକ୍ଷରୁ ଅଢେଇ କେଜି ଗଞ୍ଜେଇ ଜବତ, ୨ ଗିରଫ

ଆରଡି: ଭଦ୍ରକଜିଲା ଆରଡିପୀଠ ଫାଣ୍ଡି ନିକଟସ୍ଥ ଭଦ୍ରକ ଆଖଣ୍ଡଳମଣି ମୁଖ୍ୟ ରାସ୍ତାର ହନୁମାନ ଛକ ନିକଟରେ ଆରଡି ପୁଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ୨ଜଣ ଗଞ୍ଜେଇ ବେପାରୀଙ୍କୁ କାବୁ କରିବା ସହ ତାଙ୍କ ଠାରୁ ପାଖାପାଖି ଅଢେଇ କିଲୋ ଗଞ୍ଜେଇ ଜବତ କରିଛନ୍ତି। ଯାହାର ମୂଲ୍ୟ ୫୦ହଜାରରୁ ଉର୍ଦ୍ଧ ଟଙ୍କା ହେବ। ଏହି ବେପାରୀ ୨ଜଣ ଯାଜପୁର ଜିଲାରୁ ନିୟମିତ ଭାବେ ଆସି ଆରଡି ଓ ଆଖପାଖ ଅଞ୍ଚଳକୁ ଗଞ୍ଜେଇ ଆଣି କିଛି ଚୋରା ବେପାରୀଙ୍କୁ ଦେଇଥାନ୍ତି। ତାହାସହ ଅନେକ ନିଶା ଜିନିଷ ମଧ୍ୟ ଆଣି ବେପାର କରିଥାନ୍ତି, କୌଣସି ସୁତ୍ରରୁ ପୁଲିସ ଖବର ପାଇ ଉକ୍ତ ବେପାରୀଙ୍କ ଉପରେ ଆରଡି ପୁଲିସ ନଜରରେ ରଖିଥିଲା। ଆଜି ଏପରି ଚଢାଉ ଆରଡି ପୁଲିସକୁ ବଡ ସଫଳତା ମିଳିଛି। ଏହି ଚୋରା ଗଞ୍ଜେଇ ବେପାରୀଙ୍କୁ ଧରିବା ପାଇଁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ସହ ଫାଣ୍ଡିର ସମସ୍ତ ଷ୍ଟାଫ ଭଦ୍ରକଆଖଣ୍ଡଳମଣି ମୁଖ୍ୟରାସ୍ତାର ହନୁମାନଛକ ନିକଟରେ ସାଧା ପୋଷାକରେ ଜଗି ରହିଥିଲା। ବେପାରୀ ୨ଜଣ ଏକ କାରରେ ଚୋରା ଗଞେଇ ଆଣୁଥିବା ସମୟରେ କାବୁ କରିଥିଲେ। କାରରେ ଥିବା ୨ ଚୋରା ଗଞ୍ଜେଇ ବେପାରୀଙ୍କୁ ଧରିବା ସହ ତାଙ୍କ ନିକଟରୁ ୨କେଜି ଗଞ୍ଜେଇ ଜବତ କରିଥିଲେ। ଏହି ଚଢାଉ ସମୟରେ ଆରଡି ଫାଣ୍ଡିଅଧିକାରୀ ଶ୍ରୀ ନାୟକଙ୍କ ସହ ହାବିଲଦାର ରମେଶ ମଲିକ, ଯଯାତି ପ୍ରଧାନ, ଗୌତ୍ତମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଅଭିଯୁକ୍ତଙ୍କୁ ଅଧିକ ପଚାରାଉଚରା ପାଇଁ ଧୁଷୁରୀ ଥାନାକୁ ନିଆଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories