www.samajalive.in
Wednesday, December 10, 2025
18.1 C
Bhubaneswar

ନିର୍ବାଚନକୁ ବିତିଗଲାଣି ଦେଢ ବର୍ଷ; କାମ କରିଥିବା ବାବୁ, ବାବୁଆଣିଙ୍କୁ ମିଳିନି ଟଙ୍କାଏ

-ଅଧିକାରୀ କହୁଛନ୍ତି ଦେଇ ଦେଲୁଣି
-ଜିଲାପାଳ ଖୋଜନ୍ତୁ: କିଏ ସତ, କିଏ ମିଛ
ବଲାଙ୍ଗିର : ୨୦୧୯, ମେ ୨୩। ଏହି ଦିନ ମନେ ପକାଇଲେ ରାଜନେତା, କର୍ମୀ ସମସ୍ତଙ୍କ ଛାତି ଧଡ ଧଡ ହୁଏ। ଦେଢ ବର୍ଷ ତଳେ ଏହି ଦିନ ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କ ଜନତା ଜନାଦେଶର ଶୁଣାଣି ହେଉଥିଲା। ଭୋଟ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲେ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ। ଭୋଟ ଗଣତି ପରେ ବିଜୟୀ ନେତା ମିଠା ବାଣ୍ଟିଲେ ଧନ୍ୟବାଦ ଜଣାଇଲେ ଜନତାଙ୍କୁ। ପରାଜିତ ପ୍ରାର୍ଥୀ ଭୁଲ କେଉଁଠି ରହିଲା ତାହା ଖୋଜିଲେ। ହେଲେ ଏସବୁ ଭିତରେ ପାଟଣାଗଡ଼ ନିର୍ବାଚନମଣ୍ଡୀଳରେ ଧାଁ ଦଉଡ କରି ମେ’ ମାସ ଖରାରେ ଅଖିଆ ଅପିଆ ନିର୍ବାଚନ ଦାୟିତ୍ୱ ତୁଳାଇଥିବା ଅଧିକାରୀ କର୍ମଚାରୀ ପ୍ରାପ୍ୟ ପାଇବାରୁ ବଞ୍ଚିତ ରହିଛନ୍ତି।
ପାଟଣାଗଡ ଏଲ୍‍ଆଇସି ଅଫିସରେ ଏଏଓ ଭାବେ କାମ କରନ୍ତି ଚିନ୍ତାମଣି ଭୋଇ ଓ ପ୍ରଶାନ୍ତ ମେହେର। ତାଙ୍କୁ ଜବାହାର କଲେଜ ଭୋଟ ଗଣତି କେନ୍ଦ୍ରରେ ମାଇକ୍ରୋ ଅବଜର୍‍ଭର୍‍ ଦାୟିତ୍ୱ ମିଳିଥିଲା। ସେମାନଙ୍କ ପାଉଣା ଦିନକୁ ୫ଶହ ଟଙ୍କା। ସେହିପରି ପାଟଣାଗଡ ବ୍ୟାଙ୍କ ଅଫ ବରୋଦାରେ କିରାଣି ଅଛନ୍ତି ବିଦ୍ୟୁତପ୍ରଭା ନାଥ। ସେ ବି ଏହି କେନ୍ଦ୍ରରେ ମାଇକ୍ରୋ ଅବଜର୍‍ଭର୍‍ ଥିଲେ। ଶ୍ରୀ ଭୋଇ, ଶ୍ରୀ ମେହେର, ଶ୍ରୀମତୀ ନାଥଙ୍କ ଭଳି ୨୭ଜଣଙ୍କୁ ନିର୍ବାଚନ ପରିଚାଳନା ପାଇଁ ଟଙ୍କାଟିଏ ମିଳି ନାହିଁ। ସେହିପରି ଏହି କେନ୍ଦ୍ରରେ କାଉଣ୍ଟିଂ ସୁପର୍‍ଭାଇଜର୍‍ ଭାବେ କାମ କରିଥିଲେ ୨୩ଜଣ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ବେଲପଡ଼ା ବ୍ଲକର ତତ୍କାଳୀନ ଜେଇ ସୁଶାନ୍ତ ଶତପଥୀ। ଶ୍ରୀ ଶତପଥୀ ଚାକିରି ଛାଡି ଦେଲେଣି। ତାଙ୍କୁ ଯୋଗାଯୋଗ କରି ନିର୍ବାଚନ ପାରିଶ୍ରମିକ ପାଇଛନ୍ତି କି ନାହିଁ ବୋଲି ପଚାରିବାରୁ କିଏ ଦେଲା, କାହାକୁ ଦେଲେ ବୋଲି ସେ ଓଲଟି ପ୍ରଶ୍ନ କରିଥିଲେ। ଶ୍ରୀ ଶତପଥୀଙ୍କ ଭଳି ଖପ୍ରାଖୋଲ ବ୍ଲକର ଏଇଇ ସୌମ୍ୟପ୍ରକାଶ ଜୟପୁରିଆ ମଧ୍ୟ ପାଉଣା ପାଇ ନାହାନ୍ତି। ପାଟଣାଗଡ ଆଇସିଡିଏସରେ ସୁପର୍‍ଭାଇଜର୍‍ ଅନୀତା ଶତପଥୀଙ୍କ ଭଳି ୨୩ଜଣ କାଉଣ୍ଟିଂ ଏସିଷ୍ଟାଣ୍ଟ ଭାବେ କାମ କରିଥିଲେ। ପାଉଣା ଅଢେଇ ଶହ ଟଙ୍କା। ଶ୍ରୀମତୀ ଶତପଥୀ କହିଛନ୍ତି ଯେ ମୁଁ ତ ଟଙ୍କାଟିଏ ପାଇ ନାହିଁ। ଅନ୍ୟମାନେ ପାଇଛନ୍ତି କି ନାହିଁ ତାହା ପଚାରି ବୁଝିଦିଅନ୍ତୁ। ଏମିତିକି କି ଅନେକ ସରକାରୀ ଚାକିରିଆ ବାବୁ, ବାବୁଆଣି ପ୍ରତିକ୍ରିୟା ଦେବାକୁ ଭୟ କରୁଛନ୍ତି। ଉପଜିଲାପାଳ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ବରିଷ୍ଠ ମହିଳା କିରାଣୀ ପ୍ରଥମେ ମନା କଲେ। କିଛି ସମୟ ପରେ ଫୋନ୍‍ କରି ୧୨୫୦ ଟଙ୍କା ନିର୍ବାଚନ କାର୍ଯ୍ୟାଳୟରୁ ପାଇଛନ୍ତି ବୋଲି କହିଲେ।
୨ ଦିନ ତଳେ ପାଟଣାଗଡ ଉପଖଣ୍ଡ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା କ୍ଷୀରୋଦ ସାହୁଙ୍କୁ ଯୋଗାଯୋଗ କରିଥିଲୁ। ପୂର୍ବରୁ ଯେଉଁ ସମସ୍ୟା ଯୋଗୁଁ ନିର୍ବାଚନ ଦାୟିତ୍ୱ ପରିଚାଳନା କରିଥିବା କର୍ମଚାରୀଙ୍କୁ ଟଙ୍କା ଦେଇ ହେଉ ନଥିଲା ତାହା ସମାଧାନ ହୋଇଯାଇଛି। ୨/୩ ମାସ ହୋଇ ଗଲାଣି ଆମେ ସମସ୍ତଙ୍କୁ ଟଙ୍କା ଦେଇ ଦେଇଛୁ କହିଲେ ଶ୍ରୀ ସାହୁ। ପରେ ଜିଲା ନିର୍ବାଚନ କାର୍ଯ୍ୟାଳୟକୁ ଯାଇ ସେଠାରେ ଅନିୟମିତତା ସଂପର୍କରେ ଜଣେ ବାବୁଙ୍କ ସହ କଥା ହେବା ପରେ ଯେଉଁମାନେ ପାଉଣା ପାଇ ନଥିବା ଅଭିଯୋଗ କରିବେ ତାଙ୍କୁ ଅଗ୍ରାଧିକାର ଭାବେ ପ୍ରାପ୍ୟ ଦିଆଯିବ ବୋଲି ମତ ଦେଲେ। ବୁଧବାର ଶ୍ରୀ ସାହୁଙ୍କୁ ପୁଣି ଯୋଗାଯୋଗ କରିବାରୁ ସେହି ସମାନ ଉତ୍ତର ଦେଇଥିଲେ। ସେ ଦିନ ପରା କହିଥିଲି, ଦେଇ ଦେଇଛୁ ସମସ୍ତଙ୍କୁ ଟଙ୍କା। ୨/୩ ମାସ ହେଇଗଲାଣି, ଆକାଉଣ୍ଟରେ ଟଙ୍କା ପଡିଯାଇଛି ବୋଲି ଦୋହରାଇଲେ। ଏନେଇ ଜିଲାପାଳ ଚଞ୍ଚଳ ରାଣାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ ବି ସେ ବ୍ୟସ୍ତ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ। ଏପରି ସ୍ଥିତିରେ କିଏ ସତ କହୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories