www.samajalive.in
Wednesday, December 10, 2025
16.1 C
Bhubaneswar

୮ବର୍ଷ ପରେ ଅଭିଷେକ ଓ ଐଶ୍ୱର୍ଯ୍ୟା ଏକାଠି

ମୁମ୍ବଇ : ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିନେତା ଅଭିଷେକ ବଚ୍ଚନ ଦୀର୍ଘ ୮ ବର୍ଷ ପରେ ଏକାଠି ଗୋଟିଏ ଚଳଚ୍ଚିତ୍ରରେ ନଜର ଆସିବେ। ପୂର୍ବରୁ ଐଶ୍ୱର୍ଯ୍ୟା ଓ ଅଭିଷେକ ୨୦୧୦ରେ ନିର୍ଦେଶକ ମଣି ରତ୍ନଙ୍କ ‘ରାବଣ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାପରେ ସେମାନେ ଏକାଠି କୌଣସି ଚଳଚ୍ଚିତ୍ର ନଜର ଆସିନଥିଲେ। ମିଳିଥିବା ସୂଚନା ଅନୁସାରେ ଐଶ୍ୱର୍ଯ୍ୟା ଓ ଅଭିଷେକ ‘ଗୁଲାବ ଜାମୁନ’ ନାମକ ଏକ ଚଳଚ୍ଚିତ୍ରରେ ଏକାଠି ନଜର ଆସିବେ। ଏହି ଚଳଚ୍ଚିତ୍ରର ପ୍ରଯୋଜକ ଅନୁରାଗ କଶ୍ୟପ ଥିବା ବେଳେ ନିର୍ଦେଶନା ଦାୟିତ୍ୱ ଜଣେ ନୂତନ ନିର୍ଦେଶକଙ୍କୁ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଅଭିନେତ୍ରୀ ଐଶ୍ୱର୍ଯ୍ୟା ଓ ଅଭିଷେକ ଆଠଟି ଚଳଚ୍ଚିତ୍ର ଏକାଠି କରିସାରିଛନ୍ତି। ସୂଚନାଯୋଗ୍ୟ ଯେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଆଗାମୀ ଚଳଚ୍ଚିତ୍ର ଫନେ ଖାନ ନିକଟରେ ମୁକ୍ତିଲାଭ କରିବାକୁ ଯାଉଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories