www.samajalive.in
Wednesday, December 10, 2025
23.1 C
Bhubaneswar

ସନ୍ତାନ ପ୍ରାପ୍ତି ପାଇଁ ଦର୍ଶନ କରନ୍ତୁ ଏହି ସ୍ଥାନ : ଯେଉଁଠାରେ ହୋଇଥିଲା ଶିବ ପାର୍ବତୀଙ୍କ ବିବାହ

ରୁଦ୍ରପ୍ରୟାଗ ସ୍ଥିତ ‘ତ୍ରିୟୁଗୀ ନାରାୟଣ’ ଏକ ପବିତ୍ର ସ୍ଥାନ। କୁହାଯାଏ ଯେ, ସତ୍ୟ ଯୁଗରେ ଯେତେବେଳେ ଭଗବାନ ଶିବ ମାତା ପାର୍ବତୀଙ୍କୁ ବିବାହ କରିଥିଲେ ସେତେବେଳେ ଏହା ‘ହିମବତ୍‍’ ର ରାଜଧାନୀ ଥିଲା। ଏହି ସ୍ଥାନରେ ଆଜି ମଧ୍ୟ ସାରାଦେଶରୁ ଲୋକମାନେ ସନ୍ତାନ ପ୍ରାପ୍ତି ପାଇଁ ଏକାଠି ହୋଇଥା’ନ୍ତି ଓ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ବାମନ ଦ୍ୱାଦଶୀ ଦିନ ଏଠାରେ ମେଳାର ଆୟୋଜନ କରାଯାଇଥାଏ। ଏହିଦିନ ସାରା ଦେଶରୁ ଲୋକମାନେ ଏଠାକୁ ଆସିଥା’ନ୍ତି।
କୁହାଯାଏ ଯେ ପ୍ରଭୁ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତ୍ରିୟୁଗୀ ନାରାୟଣ ମନ୍ଦିର ଠାରୁ କିଛି ଦୂରରେ ଥିବା ଗୌରୀକୁଣ୍ଡ ଠାରେ ମାତା ପାର୍ବତୀ ତପସ୍ୟା କରିଥିଲେ। ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ପ୍ରଭୁ ଶିବ ଏହି ମନ୍ଦିରରେ ମାତା ପାର୍ବତୀଙ୍କୁ ବିବାହ କରିଥିଲେ। ବିଶ୍ୱାସ କରାଯାଏ ଯେ ସେଠାରେ ଶିବ ପାର୍ବତୀଙ୍କ ବିବାହ ସମୟରେ ଜଳୁଥିବା ଅଗ୍ନିକୁଣ୍ଡର ଅଗ୍ନୀ ଆଜି ମଧ୍ୟ ପ୍ରଜ୍ୱଳିତ ହେଉଛି।
ସନ୍ତାନ ପ୍ରାପ୍ତି ପାଇଁ ଏହି ଅଗ୍ନୀର ଆଶୀର୍ବାଦ ନେବାକୁ ଦେଶର ପ୍ରତି କୋଣ ଅନୁକୋଣରୁ ଲୋକମାନେ ଏଠାକୁ ଆସିଥା’ନ୍ତି। କୁହାଯାଇଥାଏ ଭଗବାନ କେଦାରନାଥଙ୍କ ଯାତ୍ରା କରିବା ପୂର୍ବରୁ ଏଠାରେ ଦର୍ଶନ କରିବା ଦ୍ୱାରା ପ୍ରଭୁ ପ୍ରସନ୍ନ ହୋଇଥା’ନ୍ତି।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories