www.samajalive.in
Saturday, December 6, 2025
26.1 C
Bhubaneswar

ମାସ୍କ ଓ ପିପିଇ କିଟ୍‍ କିଣା ଦୁର୍ନୀତି: ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ଆଇଏଏସ ହେମନ୍ତ ଶର୍ମା, ଯାମିନୀ ଷଡ଼ଙ୍ଗୀ

ଭୁବନେଶ୍ୱର: ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍‍ ସମେତ କରୋନା ମୁକାବିଲା ପାଇଁ ଅନ୍ୟାନ୍ୟ ଯନ୍ତ୍ରପାତି କିଣାରେ ଓଡିଶା ମେଡିକାଲ କର୍ପୋରେସନର ଦୁର୍ନୀତି ସଂକ୍ରାନ୍ତରେ ଲୋକୟୁକ୍ତରେ ଦାଖଲ ହୋଇଥିବା ମାମଲାରେ ହାଜର ହୋଇଛନ୍ତି ଦୁଇ ଆଇଏଏସ୍ ଅଧିକାରୀ । ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଔଷଧ ନିଗମ ପରିଚାଳନା ନିର୍ଦେଶକ ଯାମିନୀ ଷଡ଼ଙ୍ଗୀ ଲୋକାୟୁକ୍ତଙ୍କ ଶୁଣାଣି ଉପସ୍ଥିତ ହୋଇଛନ୍ତି । ଅନ୍ୟପକ୍ଷରେ ଏହି ମାମଲାରେ ଲୋକାୟୁକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ।

ବୁଧବାର ଲୋକାୟୁକ୍ତଙ୍କ ଅଦାଲତରେ   କଂଗ୍ରେସ ପକ୍ଷରୁ ସୁଦର୍ଶନ ଦାସ  ଦାଖଲ କରିଥିବା ପିଟିସନର ଆଜି ଶୁଣାଣି ହୋଇଥିଲା। ଏହି ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଶିଳ୍ପ ସଚିବ  ହେମନ୍ତ ଶର୍ମା ଓ ଔଷଧ ନିଗମର ଏମ୍‍.ଡି. ଶ୍ରୀମତୀ ଯାମିନୀ ଷଡଙ୍ଗୀ ଉପସ୍ଥିତ ଥିଲେ। ଅନୁରୂପ ଭାବରେ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର  ମାନ୍ୟବର ଲୋକାୟୁକ୍ତଙ୍କ ନିକଟରେ ଏକ ଉତ୍ତର ଫର୍ଦ ଦାଖଲ କରିଥିଲେ ।

- Advertisement -

କରୋନା ମୁକାବିଲା ପାଇଁ ଗଠିତ କ୍ରୟ କମିଟି ବାରମ୍ବାର କାହିଁକି ପରିବର୍ତନ ହେଲା ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ପରିବର୍ତେ ଶିଳ୍ପ ସଚିବ କାହିଁକି  କମିଟିର ଅଧ୍ୟକ୍ଷ ହେଲେ ଏବଂ ପରେ ସେଥିରୁ ବିଦା ହେଲେ ଏହାକୁ ନେଇ  ଲୋକାୟୁକ୍ତ ଗୁଡେଇ ତୁଡେଇ ଅଧିକାରୀ ଦ୍ୱୟଙ୍କୁ ପ୍ରଶ୍ନ କରିଥିଲେ। ଉତରରେ ଅଧିକାରୀ ଦ୍ୱୟ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ମୁତାବକ ତାହା ପରିବର୍ତନ ହୋଇଛି ବୋଲି କହିବା ପରେ ମାନ୍ୟବର ଲୋକାୟୁକ୍ତ ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହିତ ତାଙ୍କ ପାଖରୁ ଏହାର ଉତର ଜାଣିବା ପାଇଁ ଚାହିଁବା ସହିତ ଚଳିତ ନଭେମ୍ବର ୨୩ ତାରିଖ ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କ ପାଖରୁ ଉତର ପାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ଆବେଦନକାରୀ ସୁଦର୍ଶନ ଦାସ କହିଛନ୍ତି ଯେଉଁ ସମୟରେ ୨ ଟଙ୍କାରୁ ୮ ଟଙ୍କା ଭିତରେ ମାସ୍କ କିଣିଛନ୍ତି ସେହି ସମୟରେ ଓଡିଶା ମେଡିକାଲ କର୍ପୋରେସନ ୧୬ ଟଙ୍କାରେ କାହିଁକି ମାସ୍କ କିଣିଲେ ତା’ର ଉତର ସରକାର ଦେଇନାହାନ୍ତି। ମାନ୍ୟବର ଲୋକାୟୁକ୍ତ ପ୍ରତିପକ୍ଷର ସମସ୍ତ ଉତର ପାଇସାରିଲା ପରେ ସେ ସବୁକୁ ଅନୁଧ୍ୟାନ କରି ଆବେଦନକାରୀ ଶ୍ରୀ ଦାସଙ୍କୁ ପ୍ରତ୍ୟୁତର ରଖିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଚୂଡାନ୍ତ ଶୁଣାଣି କରିବେ ବୋଲି ପ୍ରକାଶ କରିଥିଲେ। ଏହି ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୩ ତାରିଖକୁ ଧାର୍ଯ୍ୟ ହୋଇଛି। ଆଜିର ଶୁଣାଣି ଲୋକାୟୁକ୍ତର ଅଧ୍ୟକ୍ଷ ନ୍ୟାୟମୂର୍ତି ଅଜିତ୍‍ ସିଂ ଓ ସଦସ୍ୟ ନ୍ୟାୟମୂର୍ତି ବିଜୟ କୁମାର ନାୟକଙ୍କ ଖଣ୍ଡପୀଠରେ ଅନୁଷ୍ଠିତ ହୋଇଥିଲା। ଆବେଦନକାରୀ  ସୁଦର୍ଶନ ଦାସଙ୍କ ସହିତ ବିଜୟ ପ୍ରଧାନ ଶୁଣାଣି ସମୟରେ ଉପସ୍ଥିତ ରହି ନିଜ ପକ୍ଷ ରଖିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories