www.samajalive.in
Saturday, December 6, 2025
15.1 C
Bhubaneswar

କରୋନାର କରୁଣ ପରିସ୍ଥିତି ; ବାପ ପୁଅଙ୍କ ମୃତ୍ୟୁ ପରେ ସାହାଯ୍ୟର ହାତ ବଢାଇଲା ସଂକଳ୍ପ ପରିବାର

ବରଗଡ : ସଂକଲ୍ପ ପରିବାର,ବରଗଡ଼ ତରଫରୁ ଆଜି ଜଣେ କରୋନା ମୃତକଙ୍କ ଶବ ସତ୍କାର କରାଯାଇଛି । ମୃତକ ଜଣକ ହେଲେ ସହେଲା ବ୍ଲକ ଚିଛିଣ୍ଡା ଗ୍ରାମର ପ୍ରଦୀପ ନାଏକ(୪୨) ।  ସେ ସହେଲା ପଶୁ ଡାକ୍ତରଖାନାରେ ଗୋମିତ୍ର ଭାବରେ କାର୍ଯ୍ୟରତ ଥିଲେ । ପ୍ରଦୀପ ଗତ ୩୦.୧୦ ରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନିଜ ଘରେ ହୋମ କ୍ୱାରାଣ୍ଟାଇନରେ ରହି ଚିକିତ୍ସିତ ହେଉଥିଲେ । ଆଜି ଭୋରରୁ ତାଙ୍କର ମୃତ୍ୟୁ ହୋଇଥିଲା ।ପରିବାର ଲୋକେ ହୋମ କ୍ୱାରାଣ୍ଟାଇନରେ ଥିବା ଯୋଗୁ ସଂକଲ୍ପ ପରିବାରକୁ ଶବ ସତ୍କାର ପାଇଁ ଅନୁରୋଧ କରିଥିଲେ ।  ଆଜି ସଂକଲ୍ପ ପରିବାରର ଦ୍ୱାରା ପିପଳମୁଣ୍ଡାରେ ଥିବା କୋଭିଡ ସ୍ୱର୍ଗଦ୍ୱାରରେ ତାଙ୍କର ଶବ ସତ୍କାର କରାଯାଇଥିଲା ।
ସୂଚନା ଯୋଗ୍ୟ ଗତ ୨୯.୧୦.୨୦୨୦ ଗୁରୁବାର ଦିନ ତାଙ୍କର ବାପା ଚନ୍ଦ୍ରଶେଖର ନାଏକ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇ ମୃତୁବରଣ କରିଥିଲେ । ତେଣୁ ଗୋଟିଏ ସପ୍ତାହ ମଧ୍ୟରେ ଉଭୟ ବାପ ପୁଅଙ୍କ ଜୀବନ ଚାଲିଯାଇଥିବାରୁ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ସଂକଲ୍ପ ପରିବାର ତରଫରୁ ବିକାଶ ଅଗ୍ରୱାଲଙ୍କ ନେତୃତ୍ୱରେ ନିଧାନ ଦନ୍ତା,ନିଲେଶ ପଧାନ, ବିକାଶ ଭୋଇ,ସୁମନ୍ତ ଭୋଇ ପ୍ରମୁଖ ଶବ ସତ୍କାରରେ ସହଯୋଗ କରିଥିବା ବେଳେ ମୃତକଙ୍କ ପୁଅ ପ୍ରେମାନନ୍ଦ ନାଏକ ପିପିଇ କିଟ ପିନ୍ଧି ମୁଖାଗ୍ନି ଦେଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories