www.samajalive.in
Saturday, December 6, 2025
26.1 C
Bhubaneswar

ସିବିଆଇ ପାଇଁ ଦ୍ବାର ବନ୍ଦ କଲା କେରଳ: ପୂର୍ବରୁ ମହାରାଷ୍ଟ୍ର-ପଶ୍ଚିମବଙ୍ଗ-ରାଜସ୍ଥାନ ନେଇଥିଲେ ଏପରି ପଦକ୍ଷେପ

ଥିରୁବନନ୍ତପୁରମ୍:  ରାଜ୍ୟ ସୀମା ମଧ୍ୟରେ କାର୍ଯ୍ୟ କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ଦିଆଯାଇଥିବା ସହମତି ପ୍ରତ୍ୟାହାର କରିବାକୁ କେରଳ ସରକାର (କେରଳ) ନିଷ୍ପତ୍ତି ନେଇଛନ୍ତି। ସେଠାରେ ଏଣିକି ସିବିଆଇକୁ କୌଣସି ମାମଲା ପଞ୍ଜିକରଣ କରିବା ପୂର୍ବରୁ ଅନୁସନ୍ଧାନକାରୀ ସଂସ୍ଥାକୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ।

ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ମହାରାଷ୍ଟ୍ରର ଅଣ-ବିଜେପି ଶାସିତ ରାଜ୍ୟ ସିବିଆଇ ନିମନ୍ତେ ଏପରି କଟକଣା ଜାରି କରିଥିଲେ । ଏବେ ୪ର୍ଥ ରାଜ୍ୟ ଭାବରେ  କେରଳ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି ।  ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିକଟରେ ଲାଇଫ ମିଶନ ’ଗୃହ ପ୍ରକଳ୍ପରେ ଅନିୟମିତତା ନେଇ   ସିବିଆଇ ନିକଟରେ ମାମଲା ରୁଜୁ ହୋଇଥିଲା ।

- Advertisement -

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁନେଇ ବିରୋଧୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିରୋଧୀ ଦଳ ନେତା ରମେଶ ଚେନ୍ନାଇଥାଲା ଅଭିଯୋଗ କରିଛନ୍ତି ଯେ ଏହା ଦ୍ବାରା ଦୁର୍ନୀତିର ମୁଖା ବନ୍ଦ କରିବାକୁ ସରକାର ପ୍ରଚେଷ୍ଟା କରୁଛନ୍ତି । ସୁନା ଚୋରା ଚାଲାଣ ସଂକ୍ରାନ୍ତରେ ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶ ଏନଆଇଏ ଅଦାଲତରେ ଯେଉଁ ବୟାନ ଦେଇଛନ୍ତି ତାହା ରାଜ୍ୟ ସରକାରଙ୍କ ଦୁର୍ନୀତି ଆଡ଼କୁ ଅଙ୍ଗୁଳି ନିର୍ଦେଶ କରୁଛି । ସେହିପରି ଗୃହ ନିର୍ମାଣ ପ୍ରକଳ୍ପରେ ଠିକାଦାର ଚୟନରେ ଅନିୟମିତତା ହୋଇଥିବା ଏଥିରେ ୨୦ କୋଟି ଟଙ୍କା ଲାଞ୍ଚ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ବୋଲି ରମେଶ କହିଛନ୍ତି।
ଅନ୍ୟପକ୍ଷରେ, ଭୂମିହୀନମାନଙ୍କୁ ଘର ଯୋଗାଉଥିବା ରାଜ୍ୟ ସରକାରୀ ଗୃହ ପ୍ରକଳ୍ପ ’ଜୀବନ ମିଶନ’ରେ ଅନିୟମିତତା ଅଭିଯୋଗ ମାମଲାରେ  କେରଳ ହାଇକୋର୍ଟ ମଙ୍ଗଳବାର ସିବିଆଇ ତଦନ୍ତ ଉପରେ ୨ ମାସ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ପରେ ରାଜ୍ୟ ସରକାର ରାଜ୍ୟରେ ସିବିଆଇ ତଦନ୍ତକୁ ଅନୁମତି ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories