www.samajalive.in
Saturday, December 13, 2025
27.1 C
Bhubaneswar

ମାଲବାର ନୌସମରାଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ : ବ‌ଙ୍ଗୋପସାଗରର ମାଲାକା ପ୍ରଣାଳୀଠାରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ମିଳିତ ନୌସମରାଭ୍ୟାସ ମଙ୍ଗଳବାର ଆରମ୍ଭ ହୋଇଛି। ଏହି ଚାରି ରାଷ୍ଟ୍ରଙ୍କୁ ନେଇ ଗଠିତ ‌ମଞ୍ଚ ‘କ୍ବାଡ’ ଏହି ସମରାଭ୍ୟାସ ପାଇଁ ଗତ ମାସରେ ନିଷ୍ପତ୍ତି ନେଇଥିଲେ। ମାଲାବାର-୨୦୨୦ ନୌସମରାଭ୍ୟ‌ାସ ନାମରେ ପରିଚିତ ଏହି କାର୍ଯ୍ୟକ୍ରମରେ ଦୀର୍ଘ ଗୋଟିଏ ଦଶନ୍ଧି (୧୩ବର୍ଷ) ପରେ ଅଷ୍ଟ୍ରେଲିଆ ସାମିଲ ହୋଇଛି।

ପୂର୍ବରୁ ଭାରତ, ଜାପାନ ଓ ଆମେରିକା ଏହି ସମରାଭ୍ୟାସ ଚଳାଇଥିଲେ। ଭାରତ ମହାସାଗର ଓ ବଙ୍ଗୋପସାଗରରେ ଚୀନର କ୍ରମବର୍ଦ୍ଧିଷ୍ଣୁ ପ୍ରାଦୁର୍ଭାବର ମୁକାବିଲା ପାଇଁ କ୍ବାଡ ଗୋଷ୍ଠୀ ଉଭୟ ସ୍ଥଳ ଓ ସମୁଦ୍ରରେ ସମରାଭ୍ୟାସ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତର ଗୋଟିଏ ବୁଡ଼ାଜାହାଜ ସହିତ ୫ ଯୁଦ୍ଧଜାହାଜ ସାମିଲ ହୋଇଥିବାବେଳେ ଆମେରିକା ନୌବାହିନୀର ଜନ୍‌ ଏସ୍‌ ମ୍ୟାକ୍‌କେନ୍‌ ନାମକ କ୍ଷେପଣାସ୍ତ୍ର ବିଧ୍ବଂସୀ ଜାହାଜ, ଅଷ୍ଟ୍ରେଲିଆର ବାଲାରତ୍‌ ଫ୍ରିଗେଟ୍‌ ଓ ଜାପାନର ବିଧ୍ବଂସୀ ଜାହାଜ ଅଂଶଗ୍ରହଣ କରିଛନ୍ତି। ଆସନ୍ତା ୬ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। ମାଲବାର ସମରାଭ୍ୟାସକୁ ନେଇ ଚୀନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

- Advertisement -

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ବିସ୍ତାରବାଦ କାର୍ଯ୍ୟକୁ ଏହି ସମରାଭ୍ୟାସ ଏକ ଆହ୍ବାନ ହୋଇଛି। ଚୀନ କହିଛି ଯେ ଆମେରିକା ଏହାର ସହଯୋଗୀଙ୍କ ସହିତ ହାତ ମିଳାଇ ଶୀତଳ ଯୁଦ୍ଧ ଚଳାଇଛି। ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେ ଏହି ସମରାଭ୍ୟାସ ବେଜିଂକୁ ବିଚଳିତ କରିଛି। ସୂଚନାଯୋଗ୍ୟ ଯେ ଅକ୍ଟୋବର ୬ରେ ଅନୁଷ୍ଠିତ କ୍ବାଡ ସଦସ୍ୟ ରାଷ୍ଟ୍ରଙ୍କ ବୈଦେଶିକ ମନ୍ତ୍ରୀମାନଙ୍କର ଏକ ବୈଠକରେ ସାମରିକ ସହଯୋଗ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିଲା।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories