www.samajalive.in
Saturday, December 13, 2025
27.1 C
Bhubaneswar

‘ମଶରୁମ୍ ଗର୍ଲ’ ଦିବ୍ୟା

ଆମ ଦେଶର ଯୁବତୀ ଓ ମହିଳାଙ୍କ ସଫଳତାର କାହାଣୀ ଏବେ ବିଦେଶୀ ରାଇଜରେ ମଧ୍ୟ ଚର୍ଚ୍ଚା ହେଉଛି। ସେହି ସଫଳ ଯୁବତୀମାନଙ୍କ ମଧ୍ୟରେ ଜଣେ ହେଲେ ଉତ୍ତରାଖଣ୍ଡ ଗ୍ରାମନିବାସୀ ଦିବ୍ୟା ରାୱତ୍। ଛତୁ ଚାଷ କରି ନିଜକୁ ପ୍ରତିଷ୍ଠିତ କରାଇ ପାରିଥିବା ଏହି ଯୁବତୀଜଣକର ଅନ୍ୟ ପରିଚୟ ହେଉଛି ‘ମଶରୁମ୍ ଗର୍ଲ’। ହେଲେ ଦିବ୍ୟା ନିଜକୁ ଜଣେ କୃଷକ ଭାବେ ପରିଚିତ କରାଇବାକୁ ଆଦୌ କୁଣ୍ଡାବୋଧ କରୁନାହାନ୍ତି। ଅକ୍ଳାନ୍ତ ପରିଶ୍ରମ କରି ସଫଳ ହୋଇପାରିଥିବା ଦିବ୍ୟାଙ୍କ ମତରେ ନିଜର ଏଇ କୃତିତ୍ବ ପାଇଁ ସେ ଗର୍ବିତ।

ସଂଖ୍ୟାଧିକ ପୁରସ୍କାର ପାଇବା ସହ ସେଠା ରାଜ୍ୟ ସରକାର ତାଙ୍କୁ ଛତୁର ବ୍ରାଣ୍ଡ ଆମ୍ବାସଡର ଭାବେ ଘୋଷଣା କରିଛନ୍ତି। ରାଷ୍ଟ୍ରପତିଙ୍କ ନିକଟରୁ ସମ୍ମାନନୀୟ ‘ନାରୀ ଶକ୍ତି’ ପୁରସ୍କାର ପାଇଥିବା ଦିବ୍ୟା କହିଛନ୍ତି, ତାଙ୍କ ପରିଶ୍ରମର ଯଥା ମୂଲ୍ୟ ସେ ପାଇଛନ୍ତି। ପାଠପଢ଼ା ପରେ ସେ ଦିଲ୍ଲୀର ନୋଏଡାରେ ରହୁଥିଲେ। ସେହି ସମୟରେ ଏକ ପ୍ରାଇଭେଟ୍ କମ୍ପାନୀରେ ତାଙ୍କୁ ଚାକିରି ମଧ୍ୟ ମିଳିଗଲା। ହେଲେ ଏଥିରେ ସେ ଖୁସି ନଥିଲେ। ଗୋଟିଏ ପରେ ଗୋଟିଏ, ଏଇପରି ସେ ମୋଟ୍ ୮ଟି ଚାକିରି ଛାଡ଼ିଲେ। ଶେଷରେ ବୀତସ୍ଫୃହ ହୋଇ ନିଜ ଘରକୁ ଚାଲିଆସିଲେ। ୨୦୧୩ରେ ସେ ଗାଁକୁ ଫେରିବା ପରେ ଲକ୍ଷ୍ୟ କଲେ ସମସ୍ତେ ଏବେ ସହର ଚାକଚକ୍ୟ ପଛରେ ଧାଉଁଛନ୍ତି। ଗାଁରେ ମଧ୍ୟ ​‌େରାଜଗାରର ପନ୍ଥା ନାହିଁ। ଲୋକେ ଚାକିରି, ବ୍ୟବସାୟ ଅନ୍ବେଷଣରେ ଗାଁ ଛାଡ଼ି ଯାଉଥିବାର ଦିବ୍ୟା ଜାଣିପାରିଲେ। ୨ ବର୍ଷ ପରେ ୨୦୧୫ବେଳକୁ ଦିବ୍ୟା ଛତୁ ଚାଷ ତାଲିମ ନେଲେ। ଏହା ପରେପରେ ନିଜ ସଞ୍ଚିତ ଅର୍ଥ ୩ଲକ୍ଷ ବିନିଯୋଗ କରି ସେ ଚାଷ ଆରମ୍ଭ କଲେ। ନିଜେ ଏହି କାମରେ ପ୍ରବେଶ ପରେ ପାଖଆଖର ୨୦ଜଣ ଲୋକଙ୍କୁ ମଧ୍ୟ ତାଲିମ ଦେଇ କାମ କରିବାକୁ ଉତ୍ସାହିତ କଲେ ଦିବ୍ୟା।

- Advertisement -

ମାସ କେଇଟା ପରେ ତାଙ୍କୁ ସଫଳତା ମିଳିଲା। ଉତ୍ତରାଖଣ୍ଡର ବିଭିନ୍ନ ପ୍ରାନ୍ତରେ ସେ ଏହା ମଧ୍ୟରେ ଲୋକଙ୍କୁ ତାଲିମ ଦେଇ ବ୍ୟବସାୟ ଚଲାଇଛନ୍ତି। ବାର୍ଷିକ ୨କୋଟି ଟଙ୍କାର ବ୍ୟବସାୟ ହେଉଥିବାବେଳେ ଲୋକଙ୍କୁ ରୋଜଗାରର ଉତ୍ସ ମିଳିଯାଇଛି ବୋଲି କହିଛନ୍ତି ଦିବ୍ୟା। ତାଙ୍କ ମତରେ ବୁଦ୍ଧି ଓ ପରିଶ୍ରମ ଉଭୟକୁ ମିଶାଇ ସେ କାମ କରିଛନ୍ତି। ଈଶ୍ବର ଏହାର ଫଳ ଭାବେ ତାଙ୍କୁ ସଫଳତା ଦେଇଥିବାର କହିଛନ୍ତି ଉତ୍ତରାଖଣ୍ଡର ମଶରୁମ୍ ଗର୍ଲ ଦିବ୍ୟା।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories