www.samajalive.in
Saturday, December 6, 2025
17.1 C
Bhubaneswar

ମଣ୍ଡି ପାଇଁ ଚାଷୀର ନାମପଞ୍ଜିକରଣ ନିମନ୍ତେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ନବରଙ୍ଗପୁର ଜିଲାର ହଜାର ହଜାର ଧାନଚାଷୀ ମଣ୍ଡି କାର୍ଡରୁ ବଞ୍ଚିତ ହୋଇଥିବାବେଳେ ଏଥିପ୍ରତି ପଦକ୍ଷେପ ନେବାକୁ ଜିଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କର ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ବିଜେପି କାର୍ଯ୍ୟକର୍ତ୍ତାମାନେ ଜିଲାପାଳଙ୍କର କାର୍ଯ୍ୟାଳୟକୁ ଯାଇ ସହକାରୀ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଦିବାସୀ ଅଧ୍ୟୁସିତ ଏହିଜିଲାର ଚାଷୀ ମାନେ କରୋନା ମହାମାରୀ ସତ୍ୱେ ଜୀବନକୁ ବାଜି ଲଗେଇ କୋଭିଡ-୧୯ ନିୟମକୁ ମାନି ଧାନ ଚାଷ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଜିଲାର ହଜାର ହଜାର ଚାଷୀ ମାନେ ନାମ ପଞିକୃତରୁ ବଞ୍ଚିତ ହୋଇଥିବାରୁ ସେମାନେ ମଣ୍ଡି କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି।ଫଳରେ ସେମାନଙ୍କର କଷ୍ଟାର୍ଜିତ ଧାନ ସରକାରୀ ମୂଲ୍ୟରେ ମଣ୍ଡି ରେ ବିକ୍ରି କରିପାରିବେ ନାହିଁ। ତେଣୁ ଜିଲାରେ ପଞିକୃତ ହୋଇନଥିବା ସମସ୍ତ ଚାଷୀଙ୍କୁ ପୁଣି ଥରେ ପଞିକୃତ କରିବାକୁ ସୁଯୋଗ ପ୍ରଦାନ କଲେ ଜିଲାର ସମସ୍ତ ଚାଷୀମାନେ ଉପକୃତ ହୋଇ ପାରିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।ଏହାର ନକଲ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, କୃଷି ମନ୍ତ୍ରୀ ଓ ସଚିବଙ୍କୁ ପ୍ରଦାନ କରାଯାଇଛି। ଦାବି ପତ୍ର ପ୍ରଦାନ ବେଳେ ଜିଲା ବିଜେପି ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ, ଜିଲା ଉପସଭାପତି ସତ୍ୟବାଦୀ ଷଡଙ୍ଗୀ, ଜିଲା ପଛୁଆବର୍ଗ ମୋର୍ଚ୍ଚା ସଭାପତି ମନୋଜ ମହାଙ୍କୁଡ, ରାଜ୍ୟ ଯୁବମୋର୍ଚ୍ଚା ସଦସ୍ୟ ଅରୁଣ ପୂଜାରୀ, ନଗର ସଭାପତି ପିଣ୍ଟୁ ମିଶ୍ର,ଡଙ୍ଗର ଭେଜା ମଣ୍ଡାଳ ସାଧାରଣ ସମ୍ପାଦକ ରାମଚନ୍ଦ୍ର ବିଷୋୟୀ, ନନ୍ଦାହାଣ୍ଡି ମଣ୍ଡଳ ସଭାପତି ଚନ୍ଦନ ପଟ୍ଟନାୟକ,ଭାବଗ୍ରାହୀ ବେନ୍ୟା ଓ ଭୂବନ ନାୟକ ପ୍ରମୂଖ ଉପସ୍ଥିତ ଥିଲେ।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories