ଏକ କାଳୀନ ୫ଟି ଏଟିଏମ୍ ରୁ ଲୁଟ

0

ବାରିପଦା: ବାରିପଦା ସହରରେ ଶନିବାର ରାତିରେ ଏକା ସହ ୫ଟି ଭିନ୍ନ ଭିନ୍ନ ସ୍ଥାନରେ ଥିବା ଏଟିଏମରୁ ଲୁଟ ହୋଇଥିବା ସୂଚନା ମିଳିଛି। ଦୁବୁର୍ତ୍ତମାନେ ଗ୍ୟାସ କଟରରେ ସାହାଯ୍ୟରେ ଏଟିଏମ୍ କାଟି ଲକ୍ଷ ଲକ୍ଷ ଟଙ୍କା ଲୁଟ କରିଛନ୍ତି। ବାରିପଦା ରଥଯାତ୍ରା ସମୟରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲେ ମଧ୍ୟ ଏଟିଏମ୍ ଲୁଟକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ପୁଲିସ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି।

Leave A Reply