www.samajalive.in
Friday, December 5, 2025
17.1 C
Bhubaneswar

ଦେଶରେ ୧୪ ଜଳ ବିମାନବନ୍ଦର ସ୍ଥାପନ ପ୍ରକ୍ରିୟା ଆରମ୍ଭ, ଓଡ଼ିଶାରେ ଗୋଟିଏ ବି ନାହିଁ

ଉଡ଼ାନ ଯୋଜନା ଅଧୀନରେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ୧୪ଟି ଜଳ ବିମାନବନ୍ଦର (ୱାଟର ଏରୋଡ଼୍ରମ) ସ୍ଥାପନ କରିବ । ପ୍ରଥମ ପର୍ଯ୍ୟାୟ​‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ୱାଟର ଏରୋପ୍ଲେନ ସେବା ଗୁଜରାଟରେ ଉଦ୍ଘାଟନ କରିଛନ୍ତି ଓ ଅହମ୍ମଦାବାଦ ସାବରମତୀ ରିଭର ଫ୍ରଣ୍ଟ ଓ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଜଳ ବିମାନ ସେବା ଆରମ୍ଭ କରିବା ପରେ ଅନ୍ୟ ରାଜ୍ୟଗୁଡ଼ିକରେ ଜଳ ବିମାନବନ୍ଦର ସ୍ଥାପନ ଯୋଜନା ପ୍ରସ୍ତୁତ ହୋଇଛି । ତେବେ ବିଡ଼ମ୍ବନା ହେଉଛି ଏହା ମଧ୍ୟରୁ ଗୋଟିଏ ବି ଓଡ଼ିଶାରେ ସ୍ଥାପିତ ହେବାର କାର୍ଯ୍ୟକ୍ରମ ନାହିଁ । ଚିଲିକା, ହୀରାକୁଦ, ନରାଜ, ନନ୍ଦନକାନନ ହ୍ରଦରେ ଆଦିରେ ଜଳ ବିମାନବନ୍ଦର ସ୍ଥାପନର ସୁଯୋଗ ରହିଛି । ମାତ୍ର ପର୍ଯ୍ୟଟନର ବିକାଶ ନିମନ୍ତେ ଏହି ମହତ୍ଵାକାଂକ୍ଷୀ ପ୍ରକଳ୍ପରୁ ଓଡ଼ିଶାକୁ ବାଦ ଦିଆଯିବା ସହଜରେ ଗ୍ରହଣ କରାଯାଇପାରୁ ନାହିଁ ।  ସୂଚନା ଅନୁସାରେ ଲାକ୍ଷାଦ୍ବୀପ, ଆଣ୍ଡାମାନ ଓ ନିକୋବର, ଆସାମ, ମହାରାଷ୍ଟ୍ର, ଉତ୍ତରାଖଣ୍ଡରେ ଏହି ପ୍ରକଳ୍ପ ଆରମ୍ଭ ଯୋଜନା ରହିଛି ।

- Advertisement -

କେନ୍ଦ୍ର ପରିବହନ ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କ ସୂଚନା ଅନୁସାରେ ଗୁଜରାଟ ପରେ ଗୁଆହାଟୀ, ଆଣ୍ଡାମାନ ଓ ଉତ୍ତରାଖଣ୍ଡରେ ଜଳ ବିମାନସେମା ଆରମ୍ଭ ଲକ୍ଷ୍ୟ ରଖାଯାଇଛି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ହାଇଡ୍ରୋଗ୍ରାଫିକ୍ ସର୍ଭେ କରିବା ପାଇଁ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (IWAI) ଯେଉଁ ପ୍ରସ୍ତାବ ମାଗିଥିଲେ ସେଥିରେ ଉତ୍ତରାଖଣ୍ଡର ତେହେରୀ ଡ୍ୟାମ, ଆସାମର ଗୁଆହାଟି ନଦୀ କୂଳ ଏବଂ ଉମରଙ୍ଗସୋ ଜଳଭଣ୍ଡାର, ମହାରାଷ୍ଟ୍ରର ଖିନ୍ଦସି ଡ୍ୟାମ ଏବଂ ଏରାଇ ଡ୍ୟାମ, ଆନ୍ଧ୍ରପ୍ରଦେଶର ପ୍ରାକାଶମ୍ ବ୍ୟାରେଜ, ଲାକ୍ଷାଦ୍ବୀପ , ହାଭଲକକୁ ସ୍ଥାନ ମିଳିଛି ।

ରେକର୍ଡ ସମୟରେ ଗୁଜୁରାଟରେ ପ୍ରଥମ ଜଳ ବିମାନବନ୍ଦର ପାଇଁ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ କଙ୍କ୍ରିଟ ଜେଟି ସ୍ଥାପନ କରିଛି ।   ହାଇଡ୍ରୋଗ୍ରାଫିକ୍ ସର୍ଭେ, ଫ୍ଲୋଟିଂ ଜେଟି ଲାଗି ଜଳପଥ ପ୍ରାଧିକରଣକୁ ଦାୟିତ୍ଵ ଦିଆଯାଇଛି। ପ୍ରଥମ ଜଳ ବିମାନ ସେବା ପାଇଁ ନୋ-ଫ୍ରିଲ୍ସ ବାହକ ସ୍ପାଇସଜେଟ୍ ମାଲଦ୍ୱୀପରୁ ଏକ ଉଡ଼ାଣ ଆରମ୍ଭ କରିଥିବା କୁହାଯାଉଛି । ବିଶେଷଭାବରେ ଜଳ ବିମାନଗୁଡ଼ିକରେ ୧୪ ଜଣ ଯାତ୍ରୀ ପରିବହନ ହୋଇପାରିବେ ଏବଂ ଏହି ବିମାନ କାନାଡ଼ା ପରିବହନ ବିଭାଗ ଦ୍ବାରା ସ୍ବୀକୃତି ପାଇଛି ।

ଅକ୍ଟୋବର ୩୧ ତାରିଖରେ  ପ୍ରଧାନମନ୍ତ୍ରୀ ମୋଦୀ ସର୍ଦ୍ଦାର ବଲ୍ଲଭଭାଇ  ପଟେଲଙ୍କ ୧୪୫ ତମ ଜନ୍ମ ବାର୍ଷିକୀ ଅବସରରେ ଏକତା ଦିବସ ଉତ୍ସବରେ ଅଂଶଗ୍ରହଣ କରିବା ପରେ ସର୍ଦ୍ଦାର ସରୋବର ଡ୍ୟାମ ନିକଟରେ  ଟ୍ୱିନ୍-ଇଞ୍ଜିନ ବିମାନରେ ଜଳ ବିମାନ ସେବା ଆରମ୍ଭ କରିଥିଲେ । ଏହି ସେବା ସ୍ପାଇସଜେଟର ସହାୟକ କମ୍ପାନୀ ସ୍ପାଇସ୍ ସଟଲ୍ ଦ୍ୱାରା ପରିଚାଳିତ । ଭବିଷ୍ୟତରେ ମଧ୍ୟ ଭାରତରେ ଜଳ ବିମାନସେବା ନିମନ୍ତେ ସ୍ପାଇସଜେଟ୍ ନିଜର ଭିତ୍ତିଭୂମି ଦୃଢ଼ୀକରଣ କରିଥିବା ସୂଚନା ମିଳିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories