www.samajalive.in
Sunday, December 7, 2025
16.1 C
Bhubaneswar

କାର ଓ ଭ୍ୟାନ ମୁହାଁମୁହିଁ ଧକ୍କା, ୪ ମହିଳାଙ୍କ ସମେତ ୬ ଆହତ

ଭଂଜନଗର : ଭଂଜନଗର ସହର କଲେଜ ରାସ୍ତାର କୁକୁଡା ଫାର୍ମ ନିକଟରେ ଗୋଟିଏ ଇଣ୍ଡିଗୋ କାର ଓ ମାରୁତି ଭ୍ୟାନ ମଧ୍ୟରେ ମୁହାାଁମୁହିଁ ଧକ୍କା ହୋଇ ଉଭୟ ଗାଡିର ୬ ଜଣ ଆହାତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଡାଯାଇଛି। ଅନ୍ୟ ୩ ଜଣ ସ୍ଥାନୀୟ ହାସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରବିବାର ଅପରାହ୍ନ ପ୍ରାୟ ୨ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଇଣ୍ଡିଗାରେ ବସିଥିବା କନ୍ଧମାଳ ଜିଲ୍ଳା ରାଇକିଆର ଲାଇଲ୍ ନାଇକ(୬୨), ବିନୋଦିନୀ ନାଇକ(୬୫), ଲାବଣ୍ୟବତୀ ପଣ୍ଡା (୬୭) ଓ ମମତା ପଣ୍ଡା ଆହତ ହୋଇଥିବା ବେଳେ ମାରୁତିଭ୍ୟାନର ଡ୍ରାଇଭର ସୁମନ୍ତ ମେରଦି(୪୫) ଓ ନିକଟରେ ବସିଥିବା ଅନ୍ୟ ଜଣେ  ଅଭିଜିତ୍ ପ୍ରଧାନ(୪୬) ଆହାତ ହୋଇଥିଲେ। ମାରୁତି ଇଣ୍ଡିଗୋର ଆହତଙ୍କ ମଧ୍ୟରୁ ଲାଇଲ, ବିନୋଦିନୀ ଓ ଲାବଣ୍ୟବତୀଙ୍କୁ ଏଠାରେ ଆଶୁ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନ୍ତାରିତ କରାଯାଇଛି। ଇଣ୍ଡିଗୋରେ ବସିଥିବା ଏହି ୪ ମହିଳାଙ୍କ ଆଖି ଖରାପଥିବାରୁ ବ୍ରହ୍ମପୁରର କୌଣସି ଡାକ୍ତରଙ୍କ ନିକଟକୁ ଚିକିତ୍ସା ନିମନ୍ତେ ଯାଉଥିଲେ। ଏହି ୪ ମହିଳା ରାଇକିଆର ବୋଲି ଜଣାପଡିଛି। ସମସ୍ତଙ୍କ ଆଖି ଖରାପ ଥିବା ସହ ଶରାରର ବିଭିନ୍ନ ରୋଗ ସମସ୍ୟା ଲାଗି ରହିଥିବାରୁ ଆଜି ଗୋଟିଏ ଇଣ୍ଡିକୋ କାର ଭଡାରେ ଆଣି ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ତେବେ ବିପରୀତ ଦିଗରୁ ଅର୍ଥାତ ଭୁବନେଶ୍ୱରରୁ କୌଣସି ଏକ ଚାକିରିଆଙ୍କ ବଦଳି ସାମଗ୍ରୀଧରି ଫୁଲବାଣୀ ଅଭିମୁଖେ ଯାଉଥିବା ଏହି ମାରୁତିଭ୍ୟାନଟି ଭଂଜନଗର ସହରର କୁକୁଡା ଫାର୍ମ ସମ୍ମୁଖ ରାସ୍ତାରେ ମୁହାଁମୁହି ପିଟି ହୋଇ ଯାଇଥିଲେ। ଉଭୟ ଗାଡି ମୁହାଁମୁହିଁ ଧକ୍କା ହେବା କ୍ଷଣି ଭୟଙ୍କର ଶବ୍ଦ ବାହରିଥିଲା। ଚାହୁଁଚାହୁଁ ଘଟଣାସ୍ଥଳରେ ଲୋକାରଣ୍ୟ ହୋଇ ପଡିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଭଂଜନଗର ସରକାରୀ ହାସ୍ପିଟାଲ ପଠାଇଥିଲା। ଉଭୟ ଗାଡିର ଆଗ ପାର୍ଶ୍ବ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories