www.samajalive.in
Sunday, December 7, 2025
14.1 C
Bhubaneswar

ମହିଳା କନଷ୍ଟେବଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ହାଟରୁ ଟଙ୍କାଭର୍ତ୍ତି ପର୍ସ ପାଇ ଯବାନଙ୍କୁ ଫେରାଇଲେ

ଭୁବନେଶ୍ୱର: ସ୍ଥାନୀୟ ମହିଳା ଥାନା କନଷ୍ଟେବଳ ଭାନୁମତୀ ମଲିକ ୟୁନିଟ୍-୧ ହାଟରୁ ଏକ ମନିପର୍ସ ପାଇଥିଲେ। ଏହି ଘଟଣାକୁ କମିସନରେଟ୍ ପୁଲିସ ପକ୍ଷରୁ ଟୁଇଟ୍ କରାଯାଇଥିଲା। ତେବେ ଏହି ଖବର ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାନୁମତୀଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସେହିପରି ସେ ପର୍ସ ହଜିଥିବା ବ୍ୟକ୍ତିଙ୍କୁ ଫେରାଇ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି।

- Advertisement -

ଭାନୁମତୀ ଏହି ପର୍ସଟି ହାଟରୁ ପାଇବା ପରେ ଖୋଲି ଦେଖିବା ବେଳେ ତାଜୁବ ହୋଇଯାଇଥିଲେ। ପର୍ସରେ ୨୦,୦୦୦ ଟଙ୍କା ଥିଲା। ସେହିପରି ଏଟିଏମ୍ କାର୍ଡ ଏବଂ ପରିଚୟପତ୍ର ଥିଲା। ତେବେ ପର୍ସ ଜଣେ ୧୨୦ ବାଟାଲିଅନ୍ ଯବାନଙ୍କର ଥିଲା। ଅମନପ୍ରୀତ ସିଂହ ନାମକ ଏହି ଯବାନଙ୍କୁ ମହିଳା ଥାନାକୁ ଡକାଯାଇଥିଲା। ସେଠାରେ କନଷ୍ଟେବଳ ଭାନୁମତୀ ଏସବୁ ତାଙ୍କୁ ହସ୍ତାନ୍ତର କରିଥିଲେ। ତେବେ ହଜିଥିବା ପର୍ସ ପାଇବା ପରେ ଅମନପ୍ରୀତ କନଷ୍ଟେବଳ ଭାନୁମତୀଙ୍କୁ କୃତଜ୍ଞତା ଜଣାଇଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories